ETV Bharat / state

କୋରୋନା କୋପ, ବୁଡିଲା 6 ହଜାର ବୁଣାକାରଙ୍କ ବେଉସା

author img

By

Published : May 31, 2020, 10:55 PM IST

ଲକଡାଉନ ଲକରେ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର । ବୁଣାକାରଙ୍କ ପାଇଁ ଦୁଃଖର ବିତ୍ପାତ ଆଣିଛି କୋରୋନା ଲକଡାଉନ । ଭୁଶୁଡି ପଡିଛି କୁଟୀର ଶିଳ୍ପ । ବେକାର ହେବାକୁ ବସିଛି ଯାଜପୁର ରସଲପୁର ବ୍ଲକର ଗୋପାଳପୁର ଗାଁର ପ୍ରାୟ 6 ହଜାର ବୁଣାକାର ପରିବାର ।

କୋରୋନା କୋପ, ବୁଡିଲା 6 ହଜାର ବୁଣାକାରଙ୍କ ବେଉସା
କୋରୋନା କୋପ, ବୁଡିଲା 6 ହଜାର ବୁଣାକାରଙ୍କ ବେଉସା

ଯାଜପୁର: ତନ୍ତର ଠକ ଠକ ଶବ୍ଦରେ କମ୍ପି ଉଠୁଥିଲା ଗାଁ ଦାଣ୍ଡ । ହାତକୁ ହାତ ବାଡେଇ ବୁଣୁ ଥିଲା ବୁଣାକାର । ଲୁଗା କାମରେ ଲାଗି ପଡୁଥିଲେ ପୁରା ପରିବାର । ହେଲେ ଏବେ ଲକଡାଉନ ଲକରେ କୁଟୀର ଶିଳ୍ପ । ନାନା ସମସ୍ୟା ଦେଇ ଏବେ ଗତି କରୁଛନ୍ତି ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର। ଦୋହଲି ଯାଇଛି ବୁଣାକାରଙ୍କ ଆର୍ଥିକ ମେରୁଦଣ୍ଡ ।

କୋରୋନା କୋପରେ ସାରା ଦେଶ କଲବଲ । କୋରୋନାର ଲକଡାଉନରେ ବୁଡାଇଛି ଅନେକଙ୍କ ବେପାର । ଯାଜପୁର ରସଲପୁର ବ୍ଲକର ଗୋପାଳପୁର ଗାଁର ବୁଣାକାରଙ୍କ ସ୍ଥିତି ଏବେ ଦୟନୀୟ ହୋଇପଡିଛି । ଦିନକୁ ଅସହ୍ୟ ହେଉଛି ଲକଡାଉନ ଯନ୍ତ୍ରଣା । ଦୋକାନା ବଜାର ବନ୍ଦ ସାଙ୍ଗକୁ କଞ୍ଚାମାଳର ଅଭାବ । ସୂତା ଆସିପାରୁନଥିବା ଅଧାରେ ପଡିଛି ଲୁଣା ବୁଣା । ବଜାର ବନ୍ଦ ଯୋଗୁଁ ଲୁଗା,ହେଉକି ଅନ୍ୟ କିଛି ବଜାରକୁ ଯାଇ ପାରୁନାହିଁ । ଏପରି ସ୍ଥିତି ଦିନକୁ ରୋଜଗାର ମାତ୍ର 50 କିମ୍ବା 100 ଟଙ୍କା । ଆଗକୁ କାମ ମିଳିବ କି ନାହିଁ ସେ ଚିନ୍ତା ଏବେ ବୁଣାକାର ପରିବାର । ଅନେକ ବୃତ୍ତି ହରାଇବାକୁ ବସିଲେଣି ।

ଏହି ଗାଁର 6 ହଜାର ପରିବାର ବୁଣାବୁଣି କରି ନିଜର ଓ ନିଜ ପରିବାର ଭରଣପୋଷଣ କରିଥାନ୍ତି । ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଶାଢୀ, ଚଦର, ତନ୍ତବୁଣା ଗାମୁଛା, ଆଦି ରାଜ୍ୟ ତଥା ରାଜ୍ୟ ବାହାରେ ଚାହିଦା ରହିଛି । ହେଲେ ଏହି କୌଳିକ ବୃତ୍ତିକୁ କୋରୋନା ଗ୍ରାସିବା ପରେ ବୁଣାକାରଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ।

ସେପଟେ,ବିଭିନ୍ନ ଶିଳ୍ପ ସଂସ୍ଥାକୁ ସରକାରୀ ସହାୟତା ମିଳୁଛି । ହେଲେ ବୁଣାକାର ପରିବାରକୁ ନାଁ ମିଳୁଛି ସରକାରୀ ସହାୟତା ନା ପ୍ରତ୍ସୋହନ । ତେବେ ଏହି ଘଡିସନ୍ଧି ମୂହୁର୍ତ୍ତରେ ବୃତ୍ତି ଓ ବ୍ୟବସାୟୀକୁ ବଞ୍ଚାଇ ରଖିବାକୁ ସରକାର ନିକଟରେ ନିବେଦନ କରିଛନ୍ତି ବୁଣାକାର ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.