ଯାଜପୁର: ରାଜ୍ୟରେ ଆଉ 6 କୋରୋନା ଆକ୍ରନ୍ତ ଚିହ୍ନଟ । ଏହାସହ ରାଜ୍ୟରେ କୋରୋନା ସଂକ୍ରମିତ ସଂଖ୍ୟା 100ରେ ପହଁଞ୍ଚିଛି । ସମସ୍ତେ 6 ଜଣ ଆକ୍ରାନ୍ତ ଯାଜପୁର ଦଶରଥପୁର ବ୍ଲକର । ସେମାନଙ୍କ ମଧ୍ୟରୁ 4ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ଏବଂ ଜଣେ ମଳିକାପୁର ପଞ୍ଚାୟତ ମହାନ୍ତିପାଟଣା ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ କଟିକଟା ଗାଁ 5ଜଣ ପୁରୁଷ ଆକ୍ରାନ୍ତ । ସେମାନଙ୍କ ବୟସ ଯଥାକ୍ରମେ 23, 49, 52, 57, 50ବର୍ଷ ବୋଲି ସୂଚନା ରହିଛି । ଅନ୍ୟ ଜଣେ ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ମହାନ୍ତି ପାଟଣା ଗାଁର (39)। ଏମାନେ ସମସ୍ତେ କଲିକତା ଫେରନ୍ତା। ।
ପୂର୍ବରୁ ଯେଉଁ 4ଟି କୋରୋନା ରୋଗୀ ଚିହ୍ନଟ ହୋଇଥିଲେ ଏମାନେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ତେବେ ଏମାନଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଲା । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସଂଖ୍ୟା 100ରେ ପହଞ୍ଚିଛି । ତେବେ ଏମାନଙ୍କ ସହ ଯେଉଁମାନେ ସମ୍ପର୍କରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ