ETV Bharat / state

ଯାଜପୁର ଗସ୍ତରେ 5T ସଚିବ, ଶୁଣିଲେ ଲୋକଙ୍କ ଅଭିଯୋଗ - ଲୋକଙ୍କ ଅଭିଯୋଗ ଶୁଣିଲେ ୫T ସଚିବ

ଯାଜପୁର ଜିଲ୍ଲା ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମହିଳାଙ୍କୁ କଲେ ଅବଗତ । ଅଧିକ ପଢ଼ନ୍ତୁ

5t secretary vk pandian visits jajpur
ଯାଜପୁର ଗସ୍ତରେ ୫T ସଚିବ
author img

By ETV Bharat Odisha Team

Published : Aug 29, 2023, 4:03 PM IST

ଯାଜପୁର ଗସ୍ତରେ ୫T ସଚିବ

ଯାଜପୁର: ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ । ବ୍ୟାସନଗର ପୌରାଞ୍ଚଳରେ ପହଞ୍ଚି ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମହିଳାଙ୍କୁ ଅବଗତ କରାଇଛନ୍ତି । ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼କାଡ଼ି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: 5T ସଚିବଙ୍କ ଗଞ୍ଜାମ ଗସ୍ତ; ହେଲିକପ୍ଟରରେ ଫେରିବା ବେଳେ କଳାପତକା ପ୍ରଦର୍ଶନ ସହିତ ଅଣ୍ଡାମାଡ ! ଭିଡିଓ ଭାଇରାଲ

ଆଜି (ସୋମବାର) ଦିନ 11ଟା ବେଳେ ବ୍ୟାସନଗର ପୌରାଞ୍ଚଳର ଚାନ୍ଦମା ପଡିଆରେ ପହଞ୍ଚିଥିଲେ ୫T ସଚିବ ଭି.କେ ପାଣ୍ଡିଆନ l ସମାବେଶ ସ୍ଥଳରେ ଉପସ୍ଥିତ ଥିଲେ ହଜାର ହଜାର ସଂଖ୍ୟାରେ ମହିଳା । ମହିଳାମାନେ ପାଣ୍ଡିଆନଙ୍କୁ ହୁଳହୁଳି ଓ ଶଙ୍ଖଧ୍ବନୀ ସହିତ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ । ମହିଳାମାନେ ସଚିବଙ୍କ ହାତରେ ରାକ୍ଷୀ ପିନ୍ଧାଇ ରକ୍ଷାବନ୍ଧନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହି ଅବସରରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଶନ ଶକ୍ତିର ମହିଳା ମାନଙ୍କୁ ସେ ଉଦବୋଧନ ଦେଇ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ୫ଟି ସଚିବଙ୍କୁ ଭେଟିଲେ ଦୀପିକା, ଅଭିଯୋଗ ଜଣାଇ ନ୍ୟାୟ ପାଇଁ କଲେ ଅନୁରୋଧ

ଏହା ମଧ୍ୟ ପଢ଼ନ୍ତୁ: ବାଲିଅନ୍ତା ଗସ୍ତରେ ୫T ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ,୭ ଦିନରେ ସମାଧାନ ନେଇ ଦେଲେ ପ୍ରତିଶୃତି

ଏସଏସଜି ମହିଳାଙ୍କୁ କିପରି 5ଲକ୍ଷ ଟଙ୍କାର ଋଣ ସହାୟତା, ସଂଗଠନର ମହିଳାଙ୍କୁ ସ୍କୁଟି ଗାଡି ଯୋଗାଇ ଦେବା, ମହିଳାଙ୍କୁ ସ୍ବାସ୍ଥ୍ୟବୀମା ଓ ଅନ୍ଯାନ୍ଯ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ସରକାରୀ ଯୋଜନାର ପ୍ରଶଂସା କରିଥିଲେ । ସେ ଏଠାରେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଆରୋପ କରିବା ସହ ମହିଳା ମାନେ ଭଲ କାମ କଲେ ଆଗାମୀ ଦିନରେ ସରକାରଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମହିଳାଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ୭ ଦିନ ମଧ୍ୟରେ ପୂରଣ କରିବା ନେଇ ପ୍ରତିଶୃତି ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହିଳାମାନେ ମଧ୍ଯ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫T ସଚିବ ପାଣ୍ଡିଆନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଏହାପରେ ପାଣ୍ଡିୟାନ ଚାନ୍ଦମା ପଡିଆରୁ ହେଲିକ୍ଯାପ୍ଟର ଯୋଗେ ଯାଜପୁର ଟାଉନ ଅଭିମୁଖେ ଯାତ୍ରା କରିଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.