ETV Bharat / state

ଫାର୍ମ ହାଉସରୁ ନାଗ ସାପ ସମେତ 40ଟି ଅଣ୍ଡା ଉଦ୍ଧାର

author img

By

Published : Jun 5, 2021, 8:26 AM IST

ପାଣିକୋଇଲି ଥାନା ଖୋସାଳପୁର ଗାଁର ଏକ ଫାର୍ମ ହାଉସରୁ 2ଟି ନାଗସାପ ଓ ୪୦ ଟି ନାଗସାପ ଅଣ୍ଡା ଉଦ୍ଧାର ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ନାଗ ସାପ ସମେତ 40ଟି ଅଣ୍ଡା ଉଦ୍ଧାର
ନାଗ ସାପ ସମେତ 40ଟି ଅଣ୍ଡା ଉଦ୍ଧାର

ଯାଜପୁର: ପାଣିକୋଇଲି ଥାନା ଖୋସାଳପୁର ଗାଁର ଏକ ଫାର୍ମ ହାଉସରୁ 2ଟି ନାଗସାପ ଓ ୪୦ ଟି ନାଗସାପ ଅଣ୍ଡା ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନାମୁତାବକ, ପାଣିକୋଇଲି ଥାନା ଖୋସାଳପୁର ଗାଁ ଅକ୍ଷୟ ପାତ୍ରଙ୍କ ଫାର୍ମ ହାଉସରେ ଶ୍ରମିକ କାମ କରୁଥିଲେ। କିଛି ସମୟରେ ଫାର୍ମହାଉସ ବାଡ଼ି ପଛରେ ପଡିଥିବା ଇଟା ଭିତରେ ଗୋଟେ ଦୁଇଟି ସାପ ଖେଳୁଥିବା ଦେଖିବାକୁ ପାଇଥିଲେ।

ନାଗ ସାପ ସମେତ 40ଟି ଅଣ୍ଡା ଉଦ୍ଧାର

ଏହାକୁ ଦେଖି ଶ୍ରମିକ ମାନେ ଭୟଭୀତ ହୋଇଯାଇଥିଲେ। ଏଥିସହିତ ଫାର୍ମହାଉସ ମାଲିକ ଅକ୍ଷୟ ପାତ୍ରଙ୍କୁ ସାପ ବାହାରିଥିବା ସୂଚନା ଦେଇଥିଲେ। ଅକ୍ଷୟ ଏହି ସାପକୁ ଧରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଡାକିଥିଲେ। ମଣିଭଦ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜେସିବିରେ ତାଡି ସାପକୁ ଧରିବା ପାଇଁ ଚେଷ୍ଠା କରିଥିଲେ।

ତେବେ ମଣିଭଦ୍ର ବହୁ ସମୟ ଚେଷ୍ଠା କଲାପରେ ଘଟଣାସ୍ଥଳରୁ ୪୦ଟି ଅଣ୍ଡା ଉଦ୍ଧାର କରିଥିଲେ । ଏଥିସହିତ ଘଟଣାସ୍ଥଳରୁ ଦୁଇଟି ୫ ଫୁଟିଆ ନାଗ ସାପ ଧରିଥିଲେ। ତେବେ ନାଗ ସାପକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା। ତେବେ ମଣିଭଦ୍ର ସାପଟିକୁ ଧରିବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.