ETV Bharat / state

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, 4 ଡକାୟତ ଗିରଫ - ଡକାୟତି ଯୋଜନା ପଣ୍ଡ

ଯାଜପୁରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ 4 ଡକାୟତଙ୍କୁ ଗିରଫ କଲା ପୋଲିସ । ଏମାନେ ଏକ ସୁନା ଦୋକାନକୁ ଲୁଟ କରିବାର ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 3, 2019, 5:45 AM IST

ଯାଜପୁର: ଏକ ଅନ୍ତଃ ଜିଲ୍ଲା ଡକାୟତ ଦଳକୁ ଠାବ କରିଛି ଯାଜପୁର ରୋଡ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ 4 ଡକାୟତ ଗିରଫ । ଗିରଫ ଡକାୟତ ମାନେ ହେଲେ ଦାନଗଦୀ ଅଞ୍ଚଳର ପପୁ ଓରଫ୍ ବାଉନ ସେଠୀ, ମାନଗୋବିନ୍ଦପୁର ଅଞ୍ଚଳର ନିଲୁ ଓରଫ୍ ମିଲୁ ପାତ୍ର ଓ ଆକାଶ ପାତ୍ର, ଯଖପୁରା ଅଞ୍ଚଳର ଗାଣ୍ଡୁଆ ଓରଫ୍ ସନ୍ତୋଷ ସେଠୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପୋଲିସ ସେମାନଙ୍କ ନିକଟରୁ ଏକ ପିସ୍ତଲ, 2ଟି ହାତବୋମା ଓ ଅନ୍ୟ କେତେକ ମାରଣାସ୍ତ୍ର ସହ 2ଟି ବାଇକ ଓ 13ଟି ମୋବାଇଲ ଫୋନ ଜବତ କରିଛି । ସେମାନଙ୍କ ନିକଟରୁ କେତେକ ମଙ୍କି କ୍ୟାପ୍ ଓ କିଛି ହାଉସ୍ ବ୍ରେକିଂ ଯନ୍ତ୍ରପାତି ମଧ୍ୟ ଜବତ ହୋଇଛି । ଗିରଫ୍ ଡକାୟତ 4 ଜଣଙ୍କୁ ବୁଧବାର ସନ୍ଧ୍ୟାରେ ଯାଜପୁର ରୋଡ କୋର୍ଟକୁ ଚାଲାଣ କରାଯାଇଛି ।

ଏମାନଙ୍କ ନାଁରେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି । ଏମାନେ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟାସନଗର କଲେଜ ପଛପଟେ ଏକ ନିଛାଟିଆ ଜାଗାରେ ବସି ସୁନା ଦୋକାନ ଲୁଟ୍ କରିବାକୁ ନକ୍ସା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ଯାଜପୁର ଏସପି ଚରଣ ସିଂ ମୀନା ଯାଜପୁର ରୋଡ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକାୟତ ମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ଏସଡିପିଓ କେଦାରନାଥ ସାହୁ ଓ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-docoit_arrested
format-avb
reporter-Gyanaranjan ojha
place-jajpur
date-02.10.19
anchor---ଏକ ଆନ୍ତଃ ଜିଲ୍ଲା ଡକାୟତ ଦଳକୁ ଠାବ କରିଛି ଯାଜପୁର ରୋଡ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ 4 ଡକାୟତଙ୍କୁ ଗିରଫ୍ କଲା ପୋଲିସ୍ । ଗିରଫ୍ ଡକାୟତ ମାନେ ହେଲେ ଦାନଗଦୀ ଅଞ୍ଚଳର ପପୁ ଓରଫ୍ ବାଉନ ସେଠୀ, ମାନଗୋବିନ୍ଦପୁର ଅଞ୍ଚଳର ନିଲୁ ଓରଫ୍ ମିଲୁ ପାତ୍ର ଓ ଆକାଶ ପାତ୍ର, ଯଖପୁରା ଅଞ୍ଚଳର ଗାଣ୍ଡୁଆ ଓରଫ୍ ସନ୍ତୋଷ ସେଠୀ । ପୋଲିସ୍ ସେମାନଙ୍କ ନିକଟରୁ ଏକ ପିସ୍ତଲ, 2ଟି ହାତବୋମା ଓ ଅନ୍ୟ କେତେକ ମାରଣାସ୍ତ୍ର ସହ 2ଟି ବାଇକ୍ ଓ 13ଟି ମୋବାଇଲ୍ ଫୋନ୍ ଜବତ୍ କରିଛି । ସେମାନଙ୍କ ନିକଟରୁ କେତେକ ମଙ୍କି କ୍ୟାପ୍ ଓ କିଛି ହାଉସ୍ ବ୍ରେକିଂ ଯନ୍ତ୍ରପାତି ମଧ୍ୟ ଜବତ୍ ହୋଇଛି । ଗିରଫ୍ ଡକାୟତ 4 ଜଣଙ୍କୁ ଆଜି ସଂନ୍ଧ୍ୟାରେ ଯାଜପୁର ରୋଡ କୋର୍ଟକୁ ଚାଲାଣ କରାଯାଇଛି । ଏମାନଙ୍କ ନାମରେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି । ଏମାନେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟାସନଗର କଲେଜ୍ ପଛପଟେ ଏକ ନିଛାଟିଆ ଜାଗାରେ ବସି ଏକ ସୁନା ଦୋକାନ ଲୁଟ୍ କରିବାକୁ ନକ୍ସା ପ୍ରସ୍ତୁତ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡିଥିଲେ । ଯାଜପୁର ଏସପି ଚରଣ ସିଂ ମୀନା ଯାଜପୁର ରୋଡ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକାୟତ ମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ଏସଡିପିଓ କେଦାରନାଥ ସାହୁ ଓ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଉପସ୍ଥିତ ଥିଲେ ।
bite-ଚରଣ ସିଂ ମୀନା, ଏସପି, ଯାଜପୁର
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.