ଯାଜପୁର: କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ସମେତ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହର ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଶନିବାର ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି ।
ଦୋକାନ ବଜାର ସହିତ ରାସ୍ତା ଘାଟ ଶୂନ ଶାନ ହୋଇଯାଇଛି । ସମସ୍ତେ ଏହି ସଟଡାଉନ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି । ବସ ଷ୍ଟାଣ୍ଡରେ ବସ ଗୁଡିକ ଛିଡା ହୋଇଛି । ସେପଟେ ଶନିବାର ଜିଲ୍ଲାରେ ଆଉ ୧୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଜିଲ୍ଲାରେ ମୋଟ ୩୧୨ ଜଣ କୋରୋନା ପଜିଟିଭି ଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୭୦ ଜଣ ଏବେ ଚିକିତ୍ସାଧିନ ଅଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ