ETV Bharat / state

ସ୍ତ୍ରୀର ମାନ୍ୟତା ଦାବି, ଶାଶୁଘର ଆଗରେ ମହିଳାଙ୍କ ଧାରଣା - ଶାଶୁଘର ଆଗରେ ମହିଳାଙ୍କ ଧାରଣା

ନ୍ୟାୟ ପାଇଁ ଶାଶୁ ଘର ଆଗରେ ମହିଳାଙ୍କ ଧାରଣା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲ ଗ୍ରାମ ଗୁଡିଆ ସାହିରେ ମହିଳା ପତ୍ନୀର ମାନ୍ୟତା ଦାବିରେ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି । ଅଧିକ ପଢ଼ନ୍ତୁ

woman stages dharna in front of in laws house
ନ୍ୟାୟ ପାଇଁ ଶାଶୁ ଘର ଆଗରେ ମହିଳାଙ୍କ ଧାରଣା
author img

By

Published : Jul 12, 2023, 8:44 PM IST

ନ୍ୟାୟ ପାଇଁ ଶାଶୁ ଘର ଆଗରେ ମହିଳାଙ୍କ ଧାରଣା

ଜଗତସିଂହପୁର: ହକ ପାଇଁ ଶାଶୁଘର ଆଗରେ ମହିଳାଙ୍କ ଧାରଣା । ସ୍ବାମୀଙ୍କୁ ଫେରିପାଇବା ଏବଂ ସ୍ତ୍ରୀର ମାନ୍ୟତା ଦାବିରେ ମହିଳା ଜଣକ ଅନଶନରେ ବସିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲ ଗ୍ରାମ ଗୁଡିଆ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶାଶୁଘର ଲୋକେ ଘରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିବା ବେଳେ ମହିଳା ଜଣକ ତିନିଦିନ ହେଲା ଘର ଆଗରେ ଧାରଣାରେ ବସି ରହିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ମହିଳାଙ୍କ ପାଖରେ ପୋଲିସ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଧାରଣାରେ ବସି ରହିଥିବା ମହିଳା ଜଣକ ହେଉଛନ୍ତି ମାନିନୀ ସାହୁ । ମାନିନୀ ଗତ ୨୦୨୧ ମସିହା ଜୁଲାଇ ୧୩ ତାରିଖରେ ବୈଦିକ ରୀତିରେ ତିର୍ତ୍ତୋଲ ଗାଁର ରଘୁ ସାହୁଙ୍କ ସାନପୁଅ ଗୋପାଳ ସାହୁ ଓରଫ ଗଣେଶଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସାଧ୍ୟ ମୁତାବକ ସୁନା ଗହଣା, ଅଳଙ୍କାର ଓ ନଗଦ ଏକଲକ୍ଷ ଟଙ୍କା ଯୌତୁକ ଦେଇ ଝିଅ ମାନିନୀକୁ ଶାଶୁଘରକୁ ବିଦା କରିଥିଲେ ବାପଘର ଲୋକେ । ସ୍ୱାମୀଙ୍କ ସହ ସୁନାର ସଂସାର ଗଢିବାକୁ ଆଖିରେ ଆଖିଏ ସ୍ୱପ୍ନ ନେଇ ଶାଶୁଘରେ ପାଦ ଥାପିଥିଲେ । ହେଲେ ଶାଶୁଘର ଆସିବାର ଦିନ କେଇଟା ନଯାଉଣୁ ମାନିନୀଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିବା ସେ ଅଭିଯୋଗ କରିଛନ୍ତି । ସ୍ୱାମୀ ଗୋପାଳ ତାଙ୍କ ସହ ସମ୍ପର୍କ ନରଖି ଭାଉଜ ଅଞ୍ଜନାଙ୍କ ସହ ସମୟ ବିତାଉଥିବା ଅଭିଯୋଗ କରିଛନ୍ତି ମାନିନୀ । ଗୋଟିଏ ଘରେ ସ୍ୱାମୀ ଓ ଯାଆ ରହିବା ଘଟଣାକୁ ପ୍ରତିବାଦ କରିବାରୁ ତାଙ୍କୁ ସ୍ୱାମୀ, ଯାଆ ଓ ଦେଢଶୁର ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଥାନାରେ ଏତଲା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ୭ ବର୍ଷର ପ୍ରେମ ବିବାହ ପାଇଁ ୭ ମାସ ଧରି ସ୍ବାମୀ ଦୁଆରେ ବସିଛି ସ୍ତ୍ରୀ

ଅଧିକ ଯୌତୁକ ଦାବି କରି ମାନିନୀଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରି ତାଙ୍କୁ ଘରୁ ତଡି ଦେଇଥିଲେ । ତିର୍ତ୍ତୋଲ ଥାନା ପକ୍ଷରୁ ୨୯୩/୨୩ରେ ମାମଲା ରୁଜୁ କରି ପୋଲିସ ଚୁପ୍ ବସିଥିଲା । ଗତ ସୋମବାର ମାନିନୀ ନ୍ୟାୟ ପାଇବା ପାଇଁ ତିର୍ତ୍ତୋଲ ଥାନାକୁ ଆସିଥିଲା ବେଳେ ଘଟଣାର ତଦନ୍ତକାରୀ ଅଧିକାରୀ ତାଙ୍କୁ ନ୍ୟାୟଦେବା ବଦଳରେ ଅଭିଯୁକ୍ତ ମାନଙ୍କୁ ଖସିଯିବାକୁ ସହଯୋଗ କରିଥିଲେ ବୋଲି ମାନିନୀ ଅଭିଯୋଗ କରିଛନ୍ତି ।

ଅନ୍ୟ ଉପାୟ ନପାଇ ସୋମବାର ରାତି ଠାରୁ ଶାଶୁଘର ଆଗରେ ସେ ଧାରଣାରେ ବସିଛନ୍ତି । ଏନେଇ ମାନିନୀ କହିଛନ୍ତି, " ବିବାହ କରି ଆସିବା ପରେ ସ୍ବାମୀ ଏବଂ ଯାଆଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା ଜାଣିବାକୁ ପାଇଥିଲି । ସେମାନଙ୍କୁ ବିରୋଧ କରିବାରୁ ମୋତେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିଲେ । ଅନେକ ଥର ସ୍ୱାମୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲି । ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ବାପା ଜଣାଇଥିଲେ । ସରପଞ୍ଚ ଉଭୟଙ୍କୁ ବୁଝାସୁଝା କରି ବୋହୂକୁ ଘରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପଞ୍ଚାୟତ କଥାକୁ ମାନି ନଥିଲେ ଶାଶୁଘର ଲୋକେ । ବର୍ତ୍ତମାନ ସେମାନେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି ।" ତେବେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଶାଶୁଘର ଆଗରେ ଅନଶନରେ ବସି ରହିବେ ବୋଲି ମାନିନୀ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.