ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ମରାମତି ହେଲା ପାଇପ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ପାଣି ପାଇପକୁ ମରାମତି କଲା ଜନସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଇଟିଭି ଭାରତରେ ଖବର ପ୍ରସାରଣ ପରେ ମରାମତି ହେଲା ପାଇପ
ଇଟିଭି ଭାରତରେ ଖବର ପ୍ରସାରଣ ପରେ ମରାମତି ହେଲା ପାଇପ
author img

By

Published : Mar 23, 2021, 8:09 AM IST

ଜଗତସିଂହପୁର: ସମ୍ପ୍ରତି କିଛି ସ୍ଥାନରେ ଜଳାଭାବ ଦେଖାଯାଉଥିବା ବେଳେ ଜିଲ୍ଲାର ମୁଖ୍ୟ ସହରରେ ଶହ ଶହ ଲିଟର ଜଳ ଅପଚୟ ହେଉଥିବା ଖବର 'ଇଟିଭି ଭାରତ' ରେ ପ୍ରସାରଣ ହୋଇଥିଲା । ତେବେ ଏହି ଖବର ପ୍ରସାରଣ ହେବା ପରେ ଏହି ପାଇପକୁ ମରାମତି କରାଯାଇଛି ।

ଇଟିଭି ଭାରତରେ ଖବର ପ୍ରସାରଣ ପରେ ମରାମତି ହେଲା ପାଇପ

ଜଳ ହିଁ ଜୀବନ । ଜଳ ବିନା ମନୁଷ୍ୟ ସମାଜ ବଞ୍ଚିପାରିବ ନାହିଁ । ସମ୍ପ୍ରତି ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାଭାବ ଦେଖିବାକୁ ମିଳୁଛି । ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଥିଲେ ମଧ୍ୟ ଜିଲ୍ଲାର ମୁଖ୍ୟ ସହରରେ ଶହ ଶହ ଲିଟର ପାଣି ଅପଚୟ ହେଉଥଇବା ଖବର ସାମନାକୁ ଆସିଥିଲା । ଏହି ଖବରଟି ଇଟିଭି ଭାରତରେ ପ୍ରସାରଣ ହେବା ପରେ ଏଭଳି ସମସ୍ୟାକୁ ସମାଧାନ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିଛି ।

ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, SBI ଅଫିସ ଛକ, କୋର୍ଟ ଛକ ଆଦି ସ୍ଥାନ ଦେଇ ଯାଇଥିବା ପାଣି ପାଇପ ଲାଇନକୁ ଯାଞ୍ଚ କରାଯିବା ସହ ଲିକେଜ ହେଉଥିବା ସ୍ଥାନଗୁଡିକୁ ମରାମତି କରିଛି । ଫଳରେ ନଷ୍ଟ ହେଉଥିବା ଶହଶହ ଲିଟର ପିଇବା ପାଣି ଆଉ ଅପଚୟ ହେଉ ନଥିବା ଦେଖିବାକୁ ମିଳିଛି । ଇଟିଭି ଭାରତର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.