ETV Bharat / state

ରାସ୍ତା ନିର୍ମାଣ ଦାବିରେ ତହସିଲ ଅଫିସ୍ ଆଗରେ ଗଣଧାରଣା - ପଞ୍ଚାୟତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା

ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୫ଟି ପଞ୍ଚାୟତର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତାଘାଟ ସମାସ୍ୟା ସମାଧାନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣ ଦାବି
ରାସ୍ତା ନିର୍ମାଣ ଦାବି
author img

By ETV Bharat Odisha Team

Published : Nov 15, 2023, 11:11 AM IST

ରାସ୍ତା ନିର୍ମାଣ ଦାବି

ଜଗତସିଂହପୁର: ରାସ୍ତା ନିର୍ମାଣ ପାଇଁ ଗଣଧାରଣା । ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଆରମ୍ଭ ହୋଇଛି । ଜିଲ୍ଲାର ଜିରେଇଲୋ, ଆମ୍ବିକି, ଗଡବିଶୁନପୁର, ପଦ୍ମପୁର ଓ ଗଡହରିଶପୁର ଆଦି ୫ଟି ପଞ୍ଚାୟତର ଶତାଧିକ ପୁରୁଷ ମହିଳା ଏହି ଗଣଧାରଣାରେ ସାମିଲ ହୋଇଛନ୍ତି ।

ଦୀର୍ଘ ବର୍ଷ ଧରି ଏହି ୫ଟି ପଞ୍ଚାୟତରେ ଥିବା ଏରସମା-ଆମ୍ବିକି ରାସ୍ତା, ନଗରୀ-ଗଡବିଶୁନପୁର ସାଲାଇନ ରାସ୍ତା, ଆମ୍ବିକି କାଙ୍କଣ ଆର.ଡି ରାସ୍ତା, ଗଡବିଶୁନପୁର-ଶିଆଳି ସମୁଦ୍ର ବେଳାଭୂମୀ ଆର.ଡି ରାସ୍ତା, ଗଡବିଶୁନପୁର-ପଞ୍ଚପଲ୍ଲୀ ଆର.ଡି ରାସ୍ତା, ସରମନ୍ତ-ଗାରିଆ ଆର.ଡି ରାସ୍ତା ଅତି ଦୟନୀୟ ଅବସ୍ଥାରେ ଥିଲେ ମଧ୍ୟ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଉନାହିଁ । ଯାହାକୁ ନେଇ ମଙ୍ଗଳବାର ପଞ୍ଚାୟତର କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଶତାଧିକ ଅଞ୍ଚଳବାସୀ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଏହାପରେ ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାସ୍ତା ନିର୍ମାଣ ଦାବିରେ ନିଆଁ ଜାଳି ରାସ୍ତାରୋକ, ପୋଲିସର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଏହା ମଧ୍ୟ ପଢନ୍ତୁ- ରାସ୍ତା ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଏରସମା-ଆମ୍ବିକି ରାସ୍ତା ଉପରେ ଏରସମା ବ୍ଲକର ୫ଟି ପଞ୍ଚାୟତର ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତା ଅଞ୍ଚଳର ଆର୍ଥିକ ମେରୁଦଣ୍ଡ ଭାବେ ଜଣାଶୁଣା । ଶିଆଳି ସମୁଦ୍ର ବେଳାଭୂମି ପର୍ଯ୍ୟଟନ ସ୍ଥଳୀକୁ ଯାତାୟତ ପାଇଁ ଏହା ପ୍ରମୁଖ ରାସ୍ତା । ରାଜ୍ୟର କୋଣ ଅନୁକୋଣରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଏହି ରାସ୍ତାରେ ଯାଉଥିବା ବେଳେ ଏହି ରାସ୍ତା ନିର୍ମାଣରେ ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।

ବେସରକାରୀ ଜମିକୁ ଉଚିତ ମୂଲ୍ୟ ଦେଇ ଅଧିଗ୍ରହଣ କରିବାରେ ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ଜନଅସନ୍ତୋଷ ଗଣଆନ୍ଦୋଳନର ରୂପ ନେଇଛି । ରାସ୍ତାର ତୁରନ୍ତ ସ୍ଥାୟୀ ମରାମତି ଦାବିରେ ୫ ପଞ୍ଚାୟତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇ ଥିବାବେଳେ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ପ୍ରଶାସନ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେଇ ସ୍ଥାୟୀ ସମାଧାନ ପ୍ରତିଶ୍ରୁତି ନ ଦେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.