ETV Bharat / state

ବିସ୍ମୟ ବାଳିକା ଦିବ୍ୟାନ୍ସି: ବୟସ ମାତ୍ର 2ବର୍ଷ, ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ପାଇଲେ ସ୍ଥାନ

author img

By

Published : May 17, 2022, 8:05 PM IST

ବିସ୍ମୟ ବାଳିକା ଦିବ୍ୟାନ୍ସି । ମାତ୍ର ଦୁଇବର୍ଷ ବୟସରେ ନିଜର ପ୍ରତିଭା ବିକଶିତ କରି ପାଇପାରିଛନ୍ତି ସଫଳତା । ସମ୍ପୂର୍ଣ୍ଣ ପାଟି ଖୋଲି ନଥିବା ଦିବ୍ୟାନ୍ସି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ତାଙ୍କୁ ନେଇ ଗର୍ବ ଅନୁଭବ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ବିସ୍ମୟ ବାଳିକା ଦିବ୍ୟାନ୍ସି, 2ବର୍ଷ ବୟସରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ଜଗତସିଂହପୁର: ବିସ୍ମୟ ବାଳିକା ଦିବ୍ୟାନ୍ସି । ମାତ୍ର ଦୁଇବର୍ଷ ବୟସରେ ନିଜର ପ୍ରତିଭା ବିକଶିତ କରି ପାଇପାରିଛନ୍ତି ସଫଳତା । ସମ୍ପୂର୍ଣ୍ଣ ପାଟି ଖୋଲି ନଥିବା ଦିବ୍ୟାନ୍ସି ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ଗର୍ବିତ ଅନୁଭବ କରିଛନ୍ତି ।

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ବିରିବାଟି ଗ୍ରାମର ସ୍ବର୍ଗତ ସନ୍ତୋଷ ଜେନା ଓ ସ୍ବର୍ଣ୍ଣପ୍ରଭା ଜେନାଙ୍କ ଦୁଇ ବର୍ଷର ଝିଅ ଦିବ୍ୟାନ୍ସି । ସ୍କୁଲ ଯାଇନଥିବା ଦିବ୍ୟାନ୍ସିର ପ୍ରତିଭା ଦେଖିଲେ ସାଧାରଣ ଲୋକେ ବିସ୍ମିତ ହୋଇପଡୁଛନ୍ତି । ଦିବ୍ୟାନ୍ସି ନିମିଷକେ 20ଟି ଫଳର ନାମ, 20ଟି ଫୁଲର ନାମ, 18ଟି ପକ୍ଷୀ, 21ଟି ପନିପରିବା, 42ଟି ପଶୁ, 8ଟି କୀଟପତଙ୍ଗ, 17ଟି ଯାନବାହନ, 18ଟି ବାଦ୍ୟଯନ୍ତ୍ର, 16ଟି ଜୀବିକା ଓ 12ଟି ରଙ୍ଗର ନାମ ଇଂରାଜୀରେ ଅତି ସ୍ପଷ୍ଟ ଭାବେ କହିପାରୁଛନ୍ତି । ସେହିଭଳି ବିନା ମାନଚିତ୍ରରେ ସେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ନାମ ଅତି ନିର୍ଭୁଲ ଭାବରେ କହିପାରୁଛନ୍ତି ।

ସେହିଭଳି ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଅତି ନିର୍ନ୍ଦ୍ବନ୍ଦରେ କହିପାରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ତାଙ୍କୁ ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସ ପକ୍ଷରୁ ମେଡାଲ ମିଳିବା ସହ ସମ୍ମାନିତ କରାଯାଇଛି । ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଦିବ୍ୟାନ୍ସିଙ୍କ ମାଆ ସ୍ୱର୍ଣ୍ଣପ୍ରଭା । ଏକବର୍ଷ ପୂର୍ବେ ଦିବ୍ୟାନ୍ସିଙ୍କ ବାପାଙ୍କର ପରଲୋକ ହୋଇଯାଇଥିବା ବେଳେ ମା, ସ୍ୱର୍ଣ୍ଣପ୍ରଭାଙ୍କ ପ୍ରଚେଷ୍ଟା ବଳରେ ଛୋଟ ଝିଅ ଏହି ସଫଳତା ପାଇଛନ୍ତି । ଦୁଇବର୍ଷର କୁନିଝିଅ ଦିବ୍ୟାନ୍ସିଙ୍କ ଏହି ସଫଳତା ପାଇବା ପରେ ପରିବାର ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଦିବ୍ୟାନ୍ସିଙ୍କ ଏହି ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.