ETV Bharat / state

ହଜିଗଲା ମାନବିକତା: ତେଲ ଚୋରି ସନ୍ଦେହରେ ଆଦିବାସୀ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼

author img

By

Published : Sep 22, 2022, 2:11 PM IST

ହଜିଗଲା ମାନବିକତା । ତେଲ ଚୋରି ସନ୍ଦେହରେ ଦୁଇ ଆଦିବାସୀ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ । ଘରୁ ଉଠାଇ ଆଣି ଅତି ବର୍ବରୋଚିତ ଭାବେ ମାଡ଼ ମାରିଲେ । କେଉଁଠି ଘଟିଛି ଏହି ଘଟଣା ଜାଣିବା ପାଇଁ ଅଧିକ ପଢ଼ନ୍ତୁ ।

ହଜିଗଲା ମାନବିକତା :  ତେଲ ଚୋରି ସନ୍ଦେହରେ ଆଦିବାସୀ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼

ପାରାଦ୍ବୀପ: ହଜିଗଲା ମାନବିକତା । ତେଲ ଚୋରି ସନ୍ଦେହରେ ଘରୁ ଉଠାଇ ଆଣି ଅତି ବର୍ବରୋଚିତ ଭାବେ ନିସ୍ତୁକ ମାଡ଼ ମାରିଥିଲେ ୨ ଆଦିବାସୀ ଯୁବକଙ୍କୁ । ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି । ସେପଟେ ମାଡ଼ ଖାଇଥିବା ଯୁବକମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେତେକଙ୍କୁ ଉଠାଇ ନେଇ ଅଟକ ରଖିଛି ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ପାରାଦ୍ୱୀପ ବାଉରିଆପାଳ ନିକଟସ୍ଥ B.P.C.L ଅଏଲ ଟର୍ମିନାଲରେ ନିୟୋଜିତ ଗାଡ଼ିର ତେଲ ଚୋରି ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଆଖପାଖରେ ଥିବା ୨ଜଣ ଆଦିବାସୀ ଯୁବକଙ୍କୁ ସନ୍ଦେହ କରିଥିଲେ । ପରେ ସେମାନେ ଏହି ୨ଜଣ ଆଦିବାସୀ ଯୁବକଙ୍କ ଘରକୁ ଯାଇ ଉଠାଇ ଆଣିଥିଲେ ତେଲ ଟାଙ୍କି ନିକଟସ୍ଥ ଏକ ଘରକୁ । ସେଠାରେ ଅତି ନିର୍ଦ୍ଦୟ ଭାବରେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏକ ମୋଟା ବାଡ଼ି ସାହାଯ୍ୟରେ । ଏହି ଘଟଣାରେ ଆଦିବାସୀ ଯୁବକ ଗୁରୁତର ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ପ୍ରଥମେ ପାରାଦ୍ୱୀପ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ଉଭୟଙ୍କୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.