ETV Bharat / state

ସ୍କୁଟିକୁ ଚାପିଦେଲା ଟ୍ରକ, ପୁଅ ମୃତ-ମାଆ ଗୁରୁତର - ଅଠରବାଙ୍କୀ ଟ୍ରକ୍‌ ଦୁର୍ଘଟଣା

ଅଠରବାଙ୍କୀ ଟର୍ମିନାଲ୍ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ର ମୃତ ଓ ତାଙ୍କ ମାଆ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

Tragic road accident at Atharbanki terminal junction, son dead, mother serious
ଅଠରବାଙ୍କୀ ଟର୍ମିନାଲ୍ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ପୁଅ ମୃତ-ମାଆ ଗୁରୁତର
author img

By

Published : Apr 8, 2022, 9:57 PM IST

ପାରାଦୀପ: ଅଠରବାଙ୍କୀ ଟର୍ମିନାଲ୍ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ର ମୃତ ଓ ତାଙ୍କ ମାଆ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ମୃତ ଛାତ୍ର ଜଣଙ୍କ ହେଲେ ଚିଆନ୍ ସୁ ଖଣ୍ଡେଲ୍ଓ୍ବାଲ୍, ବୟସ ୫ବର୍ଷ, ସେ ବେଥାନୀ ସ୍କୁଲରେ ପାଠ ପଢୁଥିଲେ, ଚିଆନ୍ ସୁ ଙ୍କ ମାଆ 'ନେହା ଖଣ୍ଡେଲଓ୍ବାଲ୍' ସେ ମଧ୍ୟ ବେଥାନୀ ସ୍କୁଲର ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।

ତେବେ ନେହା ସ୍କୁଲରୁ 'ଚିଆନ୍ ସୁ' କୁ ନେଇ ତାଙ୍କ ସ୍କୁଟିରେ ତାରିଣୀଗଡାରେ ଥିବା ଘରକୁ ଫେରୁଥିବା ସମୟରେ ଟ୍ରକଟି ତାଙ୍କ ଉପରକୁ ମାଡି ଆସିଥିଲା। ଫଳରେ ଘଟଣା ସ୍ଥଳରେ ଚିଆନ୍ ସୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.