ETV Bharat / state

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନରେ ବସିଲେ କଂଗ୍ରେସ ନେତା

author img

By

Published : Nov 8, 2022, 8:20 AM IST

ଅକ୍ଷମ ଅବସ୍ଥାରେ ପଡିରହିଛି ଶାରଳା ସୂତାକଳ । ପୁନରୁଦ୍ଧାର ପାଇଁ ଅନଶନରେ ବସିଲେ ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଅଧିକ ପଢନ୍ତୁ

Etv Bharat
Etv Bharat

ଜଗତସିଂହପୁର: ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନରେ ବସିଲେ ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ। ଆଜି ସୁତାକଳ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଏହି ସୂତାକଳଟି ବର୍ତ୍ତମାନ ଅକ୍ଷମ ଅବସ୍ଥାରେ ରହିଥିବାବେଳେ, ଏହାର ପୁନରୁଦ୍ଧାର ଦାବି କରିଛନ୍ତି କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ୧୯୯୯ ମହାବାତ୍ୟାର ପ୍ରଭାବରେ ସୂତାକଳଟି ଅକ୍ଷମ ହୋଇଯାଇଥିବା ବେଳେ ପରେ ସରକାର ଏହାପ୍ରତି ଦୃଷ୍ଟି ଦେଇ ନଥିଲେ । ଫଳରେ ପ୍ରୋତ୍ସାହନ ଅଭାବରୁ ଏହା ବନ୍ଦ ହୋଇ ଯାଇଥିଲା । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ସୂତାକଳର ପୁନଃ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନରେ ବସିଲେ କଂଗ୍ରେସ ନେତା

କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ଏକାଧିକ କଂଗ୍ରେସ ନେତାଙ୍କ ସହ ସେ ଶାରଳା ସୂତାକଳ ସମମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଅନଶନରେ ବସିଥିବା ଦେଖିବାକୁ ମିଳିଥିଲା । ଯଦି ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ ନ କରାଯାଏ ତେବେ ସେ ସୂତାମିଲ ସମ୍ମୁଖରେ ଆତ୍ମହୁତୀ ଦେବାକୁ ଧମକ ଦେଇଛନ୍ତି କଂଗ୍ରେସ ନେତା ।

1982 ମସିହାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ ଉଦ୍ୟମରେ ତିର୍ତ୍ତୋଲର ନାଉସିରା ଠାରେ 12 କୋଟି ଟଙ୍କା ବ୍ୟୟରେ ଶାରଳା ସୂତାକଳ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା । 1984 ମସିହାରେ ଏହା କାର୍ଯ୍ୟକ୍ଷମ କରାଯିବା ପରେ ଏଠାରୁ ଉତ୍ପାଦିତ ସୂତା ରାଜ୍ୟ ଦେଶ ଓ ଦେଶ ବାହାରକୁ ରପ୍ତାନି କରାଯାଉଥିଲା । ହେଲେ ବୁଣାକାର ମାନଙ୍କୁ ପ୍ରୋତ୍ସାହନର ଅଭାବ ଓ ଶ୍ରମିକ ମାନଙ୍କ ମଧ୍ୟରେ ଆନ୍ଦୋଳନ କ୍ରମଶଃ ଶିଳ୍ପ ସଂସ୍ଥାକୁ ଦୁର୍ବଳ କରି ପକାଇଲା ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ ଉଦ୍ୟମ, ଆଗୁଆ ୬ଜଣଙ୍କୁ ଉଠାଇନେଲା ପୋଲିସ

ଦେଢ଼ ହଜାରରୁ ଅଧିକ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏହି ସୂତାକଳ କ୍ଷତିରେ ଚାଲିବାରୁ ଏହାକୁ ଚଳାଇବା ପାଇଁ 1988 ମସିହାରେ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ SBI ଶାଖାରୁ ଋଣ କରାଯାଇ ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । 1999 ମସିହା ମହାବାତ୍ୟାରେ ଏହି ସୂତା କଳ କ୍ଷତିଗ୍ରସ୍ତ ହେବା ପରେ ଏହା ଆଉ ଅଣ୍ଟା ସଳଖି ପାରି ପାରି ନଥିଲା । ସେତେବେଳେର ସରକାର 50 ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ମରାମତି କରାଇଥିଲେ ହେଲେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.