ETV Bharat / state

ଦୁଇ ଦିନିଆ ମିଳିତ ସମାରଭ୍ୟାସ 'ସି ଭିଜିଲ' ଶେଷ - two-day joint exercise is over

ଆତଙ୍କୀଙ୍କ ପ୍ରବେଶକୁ ପ୍ରତିହତ କରାଯିବା ନେଇ ପାରାଦ୍ବୀପ ଉପକୂଳ ଠାରୁ ପ୍ରାୟ 50 କିଲୋମିଟର ସମୁଦ୍ର ମଧ୍ୟରେ ଏହି ସମାରଭ୍ୟାସ କରାଯାଇ ଥିଲା । ସମୁଦ୍ର ମଧ୍ୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇ ତଟରଖି ବାହିନୀ ବୋଟ ଯୋଗେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଛି ।

ଦୁଇ ଦିନିଆ ମିଳିତ ସମାରଭ୍ୟାସ ସାଗର ଭିଜିଲ ଶେଷ

author img

By

Published : Jan 13, 2021, 10:29 AM IST

Updated : Jan 13, 2021, 10:49 AM IST

ଜଗତସିଂହପୁର: ପାରାଦ୍ବୀପରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ମିଳିତ ସମରାଭ୍ୟାସ (ସି ଭିଜିଲ)ଆଜି ଶେଷ ହୋଇଛି । ଏହି ଦୁଇ ଦିନିଆ ସମରାଭ୍ୟାସରେ ଭାରତୀୟ ତଟରଖି ବାହିନୀ, ସିଆଇଏସଏଫ, ସାମୁଦ୍ରିକ ପୋଲିସ, କଷ୍ଟମ ବିଭାଗ, ମତ୍ସ୍ୟ ବିଭାଗ, ପାରାଦ୍ବୀପ ବନ୍ଦର ଓ ଅନ୍ୟ ସୁରକ୍ଷା କର୍ମଚାରୀମାନେ ଭାଗ ନେଇଥିଲେ ।

ଦୁଇ ଦିନିଆ ମିଳିତ ସମାରଭ୍ୟାସ ସାଗର ଭିଜିଲ ଶେଷ

ସମୁଦ୍ର ପଥରେ କିଭଳି ଆତଙ୍କୀଙ୍କ ପ୍ରବେଶକୁ ପ୍ରତିହତ କରାଯାଇ ପାରିବ ଏହାକୁ ନେଇ ମକ ଡ୍ରିଲ କରାଯାଇ ଥିଲା । ପାରାଦ୍ବୀପ ଉପକୂଳ ଠାରୁ ପ୍ରାୟ 50 କିଲୋମିଟର ସମୁଦ୍ର ମଧ୍ୟରେ ଏହି ସମାରଭ୍ୟାସ କରାଯାଇ ଥିଲା । ସମୁଦ୍ର ମଧ୍ୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇ ତଟରଖି ବାହିନୀ ବୋଟ ଯୋଗେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଛି । ଏଥିରେ 20 ଟି ବୋଟ ସହିତ ବିଭିନ୍ନ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jan 13, 2021, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.