ଜଗତସିଂହପୁର : ନାଉଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରବୀନ୍ଦ୍ର ନାଥ ରାୟଙ୍କ ଜନ୍ମ ବାର୍ଷିକ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେ।
ସ୍ବର୍ଗତ ସଂଗ୍ରାମୀ ରବୀନ୍ଦ୍ର ନାଥ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଅନେକବାର କାରାବରଣ କରିଥିଲେ। ଦେଶ ମାତୃକା ପ୍ରତି ତାଙ୍କର ତ୍ୟାଗ, ଆଗାମୀ ଯୁବବର୍ଗ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ।
ଏହି ଉତ୍ସବରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ପ୍ରମୁଖ ଉପସ୍ଥିତ ଥିଲେ। ସଂଗ୍ରାମୀ ରବୀନ୍ଦ୍ର ନାଥ ରାୟ ବିଭିନ୍ନ ସମୟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ।ତାଙ୍କର ଗତ 2020 ମସିହାରେ ପରଲୋକ ହୋଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ