ଜଗତସିଂହପୁର: ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କୋରୋନା । ଜଗତସିଂହପୁର ଜିଲ୍ଲାରେ ଅଧିକ ଟେଷ୍ଟ ଯୋଗୁଁ କୋରୋନା ପଜେଟିଭଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି(ବୁଧବାର) ଜିଲ୍ଲାରେ ମୋଟ 62 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 4, ବିରିଡିରୁ 1, ଏରସମାରୁ 8, କୁଜଙ୍ଗରୁ 4, ନାଉଗାଁରୁ ଜଣେ, ତିର୍ତ୍ତୋଲରୁ 12, ରଘୁନାଥପୁରରୁ 1, ଜଗତସିଂହପୁରରୁ 9, ଜଗତସିଂହପୁର ସହରରୁ 12, ପାରାଦୀପ ସହରରୁ 9 ଓ ଅନ୍ୟ ଜିଲ୍ଲାରୁ ଆସିଥିବା ଜଣଙ୍କର କୋରୋନା ପଜେଟିଭ ଥିବା ଜଣାପଡ଼ିଛି ।
ସେହିଭଳି ପାରାଦୀପରୁ ଜଣେ କନେଷ୍ଟବଳ, ଜଗତସିଂହପୁରରୁ ଜଣେ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ସ୍ବାସ୍ଥ୍ୟକର୍ମୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର 787 ରେ ପହଞ୍ଚିଛି ।
ସେମାନଙ୍କ ମଧ୍ୟରୁ 5,063 ଜଣ ସୁସ୍ଥ ହୋଇ ସାରିଥିବାବେଳେ ବର୍ତ୍ତମାନ ସୁଦ୍ଧା 711 ଜଣ ସକ୍ରିୟ ଆକ୍ରନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ