ETV Bharat / state

ଜଗତସିଂହପୁରରୁ ନିରାଡ଼ମ୍ବର ବିଦାୟ ନେଲେ ମା' ଦୁର୍ଗା - ମା' ଦୁର୍ଗାଙ୍କ ଭସାଣୀ

ଜଗତସିଂହପୁର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଦେବୀ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣୀ ଉତ୍ସବରେ କୋଭିଡ ଗାଇଡଲାଇନକୁ ଗୁରୁତ୍ବ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ଅଧିକ ପଢ଼ନ୍ତୁ...

ଜଗତସିଂହପୁରରେ ନିରାଡ଼ମ୍ବର ଭାବେ ବିଦାୟ ନେଲେ ଦେବୀ ମା' ଦୁର୍ଗା

author img

By

Published : Oct 27, 2020, 9:28 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି(ମଙ୍ଗଳବାର) ନିରାଡ଼ମ୍ବର ଭାବେ ଦେବୀ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଚଳିତ ବର୍ଷ ଦେବୀ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଦୁର୍ଗା ପୂଜା ଫିକା ପଡ଼ିଥିଲା।

ଜଗତସିଂହପୁରରେ ନିରାଡ଼ମ୍ବର ଭାବେ ବିଦାୟ ନେଲେ ଦେବୀ ମା' ଦୁର୍ଗା

ଭସାଣୀ ଉତ୍ସବ ପୂର୍ବରୁ ମା'ଙ୍କ ବିସର୍ଜନ ପୂଜା କରାଯାଇଥିଲା। ତେବେ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ମା'ଙ୍କ ନିକଟରେ ସିନ୍ଦୁର ଖେଳ ହୋଇ ପାରିନଥିଲା। ଏହାପରେ ଜଗତସିଂହପୁର ଜିଲ୍ଲା ପ୍ରାୟ ସମସ୍ତ ପୂଜା କମିଟି ଏକତ୍ରିତ ହୋଇଥିଲେ। ମା'ଙ୍କ ସମସ୍ତ ମୁଣ୍ମୟୀ ମୂର୍ତ୍ତି ଗୁଡିକୁ ଛୋଟ ଛୋଟ ଗାଡ଼ିରେ ପୋଷ୍ଟ ଅଫିସ ଛକ ଦେଇ ଅଣା ଯାଇଥିଲା। ଏହାପରେ ବଜାର ନିକଟରେ ମା'ଙ୍କ ବିସର୍ଜନ ପାଇଁ ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀକୁ ଅଣା ଯାଇଥିଲା।

ସମ୍ପୁର୍ଣ୍ଣ କୋଭିଡ ନିୟମ ଅନୁଯାୟୀ ସମସ୍ତ ପୂଜା ମଣ୍ଡପଗୁଡ଼ିକ ନିଜ ନିଜର ମୂର୍ତ୍ତିକୁ ବିସର୍ଜିତ କରିଥିଲେ। ବିସର୍ଜନ ବେଳେ ଏତେଟା ସାଜସଜ୍ଜା କରି ନଥିଲେ ପୂଜ କମିଟି। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୂଜା କମିଟି ପକ୍ଷରୁ ବ୍ୟପକ ପ୍ରବନ୍ଧ କରାଯାଇଥିଲା। ଏହାସହ ସୁରକ୍ଷା ଦୃଷ୍ଟି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କୌଣସି ପୂଜା ମଣ୍ଡପରେ ଯେପରି କୌଣସି ଶୋଭାଯାତ୍ରା ନ ହେବ ସେନେଇ ପୋଲିସ ପ୍ରଶାସନ ସଜାଗ ରହିଥିଲା। ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.