ETV Bharat / state

ସାଧାରଣ ଲୋକଙ୍କୁ ମନା ସରକାରୀ କାର୍ଯ୍ୟାଳୟ

ସରକାରୀ ଅଫିସକୁ ସର୍ବସାଧାରଣ ଲୋକଙ୍କୁ ନାଁ । ଜିଲ୍ଲାରେ କୋଭିଡର ଦ୍ରୁତ ସଂକ୍ରମଣକୁ ରୋକିବାକୁ ପଦକ୍ଷେପ । ଅଧିକ ପଢନ୍ତୁ...

ସାଧାରଣ ଲୋକଙ୍କୁ ମନା ସରକାରୀ କାର୍ଯ୍ୟାଳୟ
ସାଧାରଣ ଲୋକଙ୍କୁ ମନା ସରକାରୀ କାର୍ଯ୍ୟାଳୟ
author img

By

Published : Apr 30, 2021, 8:49 PM IST

ଜଗତସିଂହପୁର: ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ସର୍ବ ସାଧାରଣ ଲୋକଙ୍କୁ ନାଁ । ଲୋକଙ୍କ ଯାଆସ ଉପରେ ଅଙ୍କୁଶ ଲଗାଇଛି ଜିଲ୍ଲା ପ୍ରଶାସନ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଜିଲାର ସମସ୍ତ ବ୍ଲକ, ତହସିଲ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ସର୍ବ ସାଧାରଣ ଲୋକେ ଯାଇ ପାରିବେ ନାହିଁ ।

କେବଳ ଅଳ୍ପ କେତେକ ହାତ ଗଣତି ନିର୍ଦ୍ଦିଷ୍ଟ କର୍ମଚାରୀ ସରକାରୀ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟ ସମ୍ପାଦନ କରିବେ । ଯେଉଁ ବ୍ୟକ୍ତିଙ୍କ କିଛି ସମସ୍ୟା ରହିଛି ସେ ଅନ୍ଲାଇନ ମାଧ୍ୟମରେ କିମ୍ବା ଅଫିସ ସମୂଖରେ ଥିବା ଅଭିଯୋଗ ବାକ୍ସରେ ନିଜର ସମସ୍ୟାମାନ ଲେଖି ପ୍ରଶାସନ ନିକଟରେ ଜଣାଇ ପାରିବେ ।

ପ୍ରତ୍ୟକ ଦିନ ଅଭିଯୋଗ ବାକ୍ସକୁ ଖୋଲାଯାଇ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ସାଧାରଣ ଲୋକ କୌଣସି ସରକାରୀ ଅଫିସକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ କୋଭିଡର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.