ETV Bharat / state

ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ବନ୍ଦ ହେବ ନୀତିକାନ୍ତି - Covid GuideLine

କୋରୋନା କଟକଣା ଯୋଗୁଁ ଏବେ ଦୁର୍ଦ୍ଦିନରେ ମା ଶାରଳାଙ୍କ ପୀଠ । ଦେବୋତ୍ତର କମିଶନ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସାଧାରଣ ଭକ୍ତଙ୍କୁ ଅନ ଲାଇନରେ ସହାୟତା ଦେବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ବନ୍ଦ ହେବ ନୀତିକାନ୍ତି

author img

By

Published : Jul 4, 2021, 10:59 PM IST

ଜଗତସିଂହପୁର: ଜିଲ୍ଲାର ଇଷ୍ଟ ଦେବୀ ମା ଶାରଳାଙ୍କ ମନ୍ଦିରରେ ଆର୍ଥିକ ଗୁରୁତର ଆର୍ଥିକ ସଙ୍କଟ ଦେଖା ଦେଇଛି । ଯାହାକୁ ନେଇ ନୀତିକାନ୍ତି ବନ୍ଦ ହେବାକୁ ବସିଲାଣି। କୋଭିଡ କଟକଣା ଯୋଗୁ ଦୀର୍ଘ ଦେଢ଼ବର୍ଷ ଧରି ମନ୍ଦିର ବନ୍ଦ ରହିଛି । ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନରେ ପ୍ରତିବନ୍ଧକ ସାଜିଛି।ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି ।

ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ବନ୍ଦ ହେବ ନୀତିକାନ୍ତି

ମା ଶାରଳାଙ୍କ ମନ୍ଦିରର ଦୈନିକ ଖର୍ଚ୍ଚ 20 ହଜାର ଟଙ୍କାରୁ ଅଧିକ ରହିଥିବା ବେଳେ ଏହି ଅର୍ଥ ମନ୍ଦିର ବେଢା ପରିସରରେ ଥିବା ଭୋଗ ଦୋକାନ, ଫୁଲ, ଦୀପ , ମୁଣ୍ଡନ ଓ ପାର୍କିଙ୍ଗ ଆଦି ସ୍ଥାନରୁ ନିଲାମୀ ଆକାର ରେ ବାର୍ଷିକ ଏକ କୋଟିରୁ ଅଧିକ ଅର୍ଥ ଆସିଥାଏ । ସେହିଭଳି ମା ଙ୍କର ଓଡ଼ିଶାର ବିଭିନ୍ନ ସ୍ଥାନରେ 7 ସହ 50 ଏକର ଭୂ ସମ୍ପତି ରହିଛି । ଯେଉଁଥିରୁ ମାତ୍ର 10 ପ୍ରତିଶତ ଆୟ ମନ୍ଦିରକୁ ଆସିଥାଏ । ସେହିଭଳି ମନ୍ଦିର ହୁଣ୍ଡିରୁ ବାର୍ଷିକ ଯେଉଁ ଆୟ ଆସେ ତା ମଧ୍ୟରୁ 25 ପ୍ରତିଶତ ସେବାୟତ ନିଯୋଗ ନେଉଥିବା ବେଳେ ଅନ୍ୟ ଅର୍ଥ ମନ୍ଦିର ପ୍ରଶାସନ ନିକଟକୁ ଯାଇଥାଏ ।

ଏହି ଅର୍ଥରେ ମନ୍ଦିର ପରିଚାଳନା କମିଟି ଦୈନଦିନ ନୀତିକାନ୍ତି କରିବା ସହ ବିଭିନ୍ନ ପୂଜା ପାର୍ବଣରେ ଏହି ଅର୍ଥ ବିନିଯୋଗ କରାଯାଇଥାଏ । ତେବେ କୋରୋନା କଟକଣା ଯୋଗୁ ଏହିସବୁ ସ୍ଥାନରୁ ଆସୁଥିବା ଅର୍ଥ ଏବେ ବନ୍ଦ ହୋଇ ଯାଇଛି । ଫଳରେ ନିତ୍ୟ ନୀତିକାନ୍ତି କରିବା ଏବେ କଷ୍ଟକର ହୋଇ ପଡ଼ିଲାଣି । ଏହାକୁ ନେଇ ଶାରଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ଦେବୋତ୍ତର କମିଶନ ଚିତ୍ତରଞ୍ଜନ ମହାପାତ୍ର ଙ୍କୁ ଚିଠି ଲେଖିଥିବା ଜଣା ପଡ଼ିଛି ।

ଦେବୋତ୍ତର କମିଶନ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସାଧାରଣ ଭକ୍ତଙ୍କୁ ଅନ ଲାଇନରେ ସହାୟତା ଦେବାକୁ ବ୍ୟବସ୍ଥା କରିଛନ୍ତି । ତେବେ ଏହା କେତେଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ମନ୍ଦିରର ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ଦେବୋତ୍ତର ବିଭାଗ ଓ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.