ଜଗତସିଂହପୁର: ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟେଇ ଗ୍ରାମର ବହୁଚର୍ଚ୍ଚିତ ଦଳିତ ଯୁବତୀ ଲକ୍ଷ୍ମୀପ୍ରିୟା ଦାସ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଘେରିଛି ରାଷ୍ଟ୍ରୀୟ ଦଳିତ ମହାସଂଘ । ସିଧା ସଳଖ ନାଉଗାଁ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉ ଥିବା ସେ ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ ଦିର୍ଘ ୩ ମାସ ବିତି ଯାଇଥିଲେ ବି କଣ ପାଇଁ ପୋଲିସ ଅଭିଯୁକ୍ତକୁ ବିରୋଧରେ ୩୭୬ ବଳାତ୍କାର ଓ ୩୦୨ ହତ୍ୟା ଦଫା ଲଗାଉ ନାହାନ୍ତିଁ ଏହାକୁ ନେଇ ପ୍ରଶ୍ନ କରିଛି ଦଳିତ ମହାସଂଘ । ଏହି ଘଟଣାକୁ ନେଇ ଜିଲା ଏସପିଙ୍କୁ ଭେଟି ଦାବିପତ୍ର ଦେବାପରେ ତ୍ବରିତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି । ଏସପି ପ୍ରକାଶ ରଙ୍ଗରାଜ ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ପାରମିତା କର ଙ୍କୁ ବଦଳି କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ