ETV Bharat / state

ପାରାଦୀପ ବନ୍ଦରରେ ଅଘଟଣ, ଡ୍ରେଜିଂ ଜାହାଜରୁ ଖସି ମେକାନିକ ମୃତ

author img

By

Published : Jun 15, 2023, 10:08 AM IST

ପାରାଦ୍ୱୀପ ବନ୍ଦର ନିଷେଧଞ୍ଚଳରେ ଡ୍ରେଜିଂ ଜାହାଜରୁ ଖସିପଡି ଜଣେ ମେକାନିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ପାରାଦୀପ ବନ୍ଦରରେ ଅଘଟଣ
ପାରାଦୀପ ବନ୍ଦରରେ ଅଘଟଣ

ପାରାଦ୍ବୀପ: ପହିଲି ରଜରେ ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ । ଡ୍ରେଜିଂ ଜାହାଜରୁ ଖସି ପଡି ଜଣେ ମେକାନିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ୱାଇ ଅଶୋକ ହୋଇଥିବା ବେଳେ ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବୋଲି ଜଣାପଡିଛି । ଏ ସମ୍ପର୍କରେ ଖବର ପାଇବା ପରେ ମେରାଇନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମରାମତି କାମ କରୁଥିବା ବେଳେ ଜାହାଜରୁ ଖସି ପଡିବାରୁ ଏପରି ଅଘଟଣ ଘଟିଛି ।

ସୂଚନା ମୁତାବକ, ପାରାଦ୍ବୀପ ନିଷିଦ୍ଧାଞ୍ଚଳ ବର୍ଥ ମଧ୍ୟରେ ଖୋଳିବା କାର୍ଯ୍ୟରେ ନିୟୋଜିତ ଥିବା ଡ୍ରେଜିଂ ଜାହାଜରେ କୌଣସି କାରଣରୁ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଏନେଇ ମରାମତି କରିବା ୨ ଜଣ ଟେକ୍ନିସିଆନ୍ ଆସି ପାଣିରେ ବୁଡି ଏହାକୁ ମରାମତି କରୁଥିଲେ । କାର୍ଯ୍ୟ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ୱାଇ ଅଶୋକଙ୍କ ଅଣ୍ଟାରୁ ଦଉଡ଼ିଟି ଖସି ଯାଇଥିଲା । ଫଳରେ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଛି ।

ଏ ସଂକ୍ରାନ୍ତରେ ଡ୍ରେଜିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ତାଙ୍କ ମୃତ୍ୟୁକୁ ନେଇ ନେହେରୁ ବଙ୍ଗଳା ମେରାଇନ ପୋଲିସରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏ ସମ୍ପର୍କରେ ପାରାଦ୍ୱୀପ ବନ୍ଦର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ମେରାଇନ ଥାନା ଆଇଆଇସି ଲିଜା ବିଶ୍ୱାଙ୍କ କହିବା ଅନୁଯାୟୀ, ଏହି ପାରାଦ୍ୱୀପ ନିଷେଧାଞ୍ଚଳରେ ଥିବା ବର୍ଥରେ ଡ୍ରେଜିଂ ଜାହାଜରେ ତ୍ରୁଟି ଯୋଗୁଁ ଏହି ଦୁଇ ଜଣ ଟେକ୍ନିସିଆନକୁ ଡକା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଭୋଜି ଖାଇ ଫେରୁଥିଲେ ବୁଡି ଗଲା ଡଙ୍ଗା, 2 ନିଖୋଜ

ଏହା ମଧ୍ୟ ପଢନ୍ତୁ- ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ, ସତିଗୁଡା ଜଳଭଣ୍ଡାର ଡଙ୍ଗା ବୁଡି ୨ ମୃତ

ଏନେଇ ଦୁଇଜଣ ଟେକ୍ନି ସିଆନ ଅଣ୍ଟାରେ ବେଲ୍ଟ ଭିଡି ଡ୍ରେଜିଂ ପଏଣ୍ଟ ରେ କାର୍ଯ୍ୟ କରୁଥିବା ସମୟରେ ମୃତ ୱାଇ ଅଶୋକଙ୍କ ବେଲ୍ଟଟି ଛିଣ୍ଡି ଯାଇଥିଲା । ଫଳରେ ସେ ପାଣିରେ ପଡି ଯାଇଥିଲେ । ଯେଉଁଠାରେ ସେ ପାଣିରେ ପଡିଗଲେ ସେଠାରେ ତତ୍କାଳ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗତକାଲି (ବୁଧବାର) ତାଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ପଠାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.