ETV Bharat / state

ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରୁ ବିଦ୍ୟୁତ ସଂଯୋଗ କାଟିଲା TATA Power

author img

By

Published : Apr 4, 2022, 10:53 PM IST

15 ଦିନ ହେବ ଟାଟା ପାୱାର ତାର ପାୱାର ଦେଖାଇ ଷ୍ଟାଡିୟମରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିବା ବେଳେ ଜିଲ୍ଲା କ୍ରୀଡା ବିଭାଗ ଚୁପ୍‌ ରହିଛି । ଅଧିକ ପଢନ୍ତୁ

Tata Power disconnects power from nabakrushna chowdhury stadium jagatsinghpur
ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରୁ ବିଦ୍ୟୁତ ସଂଯୋଗ କାଟିଲା TATA Power

ଜଗତସିଂହପୁର: ସହରରେ ଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ(nabakrushna chowdhury stadium) ଏବେ ଚରମ ଅବହେଳାର ଶିକାର ହୋଇଛି। ଖେଳକୁଦ ପାଇଁ ସ୍ବତନ୍ତ୍ର ମହତ୍ବ ବହନ କରୁଥିବା ଏହି ଷ୍ଟାଡିୟମ, ଏବେ ହତଶିରୀ । ଗତ 15 ଦିନ ହେବ ଟାଟା ପାୱାର(Tata power) ତାର ପାୱାର ଦେଖାଇ ଷ୍ଟାଡିୟମରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିବା ବେଳେ ଜିଲ୍ଲା କ୍ରୀଡା ବିଭାଗ ଚୁପ୍‌ ରହିଛି ।

ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଏହି ଷ୍ଟାଡିୟମରେ କ୍ରୀଡା ବିଭାଗ ପକ୍ଷରୁ ପୂର୍ବତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଥିବା ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଧୁନିକୀକରଣ କରାଯାଇଥିଲା । ଷ୍ଟାଡିୟମ ଚତୃପାର୍ଶ୍ଵରେ ଦାମୀ ଗଛ ଲଗାଯିବା ସହିତ ପିଚ୍‌କୁ ଖେଳ ଉପଯୋଗୀ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଓ କ୍ରୀଡା ବିଭାଗ ର ଅବହେଳା ଯୋଗୁଁ ଷ୍ଟାଡିୟମଟି ମରୁଭୂମିରେ ପରିଣତ ହୋଇଛି।

ଛୋଟ ସବୁଜିମା ଘାସରେ ପରିପୂର୍ଣ୍ଣ ଥିବା ଷ୍ଟାଡିୟମ, ଏବେ ଟାଙ୍ଗରା ଭୂଇଁ ପାଲଟିଛି । ଏପରିକି ଗତ 15 ଦିନ ହେବ ଟାଟା ପାୱାର ବିନା ନୋଟିସରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିବାରୁ ପାଣି ସମସ୍ୟା ଦେଖା ଦେଇଛି । ପାଣିବିନା ଘାସ ଗାଲିଚା ସହ ଦାମୀ ଗଛ ଗୁଡିକ ସୁଖି ଗଲାଣି। ଏହାକୁ ନେଇ ଷ୍ଟାଡିୟମକୁ ଆସୁଥିବା କ୍ରୀଡାବିତ ଓ କ୍ରୀଡା ପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆମେ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ବ ବିଜୟିନୀ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.