ETV Bharat / state

ପାରାଦ୍ୱୀପରେ ସନ୍ଦିଗ୍ଧ ବ୍ୟାଗ ନେଇ ବୋମା ଗୁଜବ, ଲୋକେ ଭୟଭୀତ - ପାରାଦ୍ବୀପରେ ସନ୍ଦିଗ୍ଧ ଆଟାଚିକୁ ନେଇ ଚଞ୍ଚଲ୍ୟ

ପାରାଦ୍ବୀପ ଠାରେ ଥିବା ଆଇଓସିଏଲ ଗେଟ ନିକଟରେ ସନ୍ଦିଗ୍ଧ ଆଟାଜକୁ ନେଇ ଚଞ୍ଚଲ୍ୟ । ଆଟାଜରେ ବୋମା ଥିବାର ଗୁଜବ ପ୍ରସାରିତ ହେବା ପରେ ସହରରେ ଖେଳିଯାଇଛି ଆତଙ୍କ । ଅଧିକ ପଢ଼ନ୍ତୁ

suspicious suitcase found from paradeep
ପାରାଦ୍ବୀପରେ ସନ୍ଦିଗ୍ଧ ଆଟାଚିକୁ ନେଇ ଚଞ୍ଚଲ୍ୟ
author img

By ETV Bharat Odisha Team

Published : Sep 5, 2023, 9:50 PM IST

ପାରାଦ୍ୱୀପରେ ସନ୍ଦିଗ୍ଧ ବ୍ୟାଗ ନେଇ ବୋମା ଗୁଜବ

ଜଗତସିଂହପୁର: ପାରାଦ୍ବୀପ ଠାରେ ଥିବା ଆଇଓସିଏଲ ଗେଟ ନିକଟରେ ସନ୍ଦିଗ୍ଧ ଆଟାଜକୁ ନେଇ ଚଞ୍ଚଲ୍ୟ ଖେଳିଯାଇଛି । ଆଟାଚିରେ ବୋମା ଥିବାର ଗୁଜବ ପ୍ରସାରିତ ହେବା ପରେ ସହରରେ ଆତଙ୍କ ଖେଳିଯାଇଥିଲା । ଦୀର୍ଘ 5 ଘଣ୍ଟା ସମୟ ଧରି କମ୍ପାନୀ ମଧ୍ୟକୁ ଯିବା, ଆସିବା ବନ୍ଦ କରିଦିଆ ଯାଇଥିଲା । ସିଆଇଏସଏଫ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ଆଟାଜର ଯାଞ୍ଚ କରିବା ପରେ ଜଣେ ଯୁବକ ଆସି ଆଟାଜଟି ତାଙ୍କର ବୋଲି ଦାବି କରିଥିଲେ । ପୋଲିସ ଆଟାଜ ଜବତ କରି ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟ ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ସନ୍ଦିଗ୍ଧ ଗୁଇନ୍ଦା ପାରା, ଟିକିନିଖି ପରଖିବେ ବିଶେଷଜ୍ଞ ଦଳ

ସୂଚନା ଅନୁଯାୟୀ, ଆଇଓସିଏଲର ମୁଖ୍ୟ ଫାଟକ ନିକଟରେ ଏକ ସନ୍ଦିଗ୍ଧ ଆଟାଚ ପଡ଼ିଥିବା ଲୋକମାନେ ଦେଖି ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଇଓସିଏଲ କର୍ତ୍ତୃପକ୍ଷ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କୁ ଜଣାଇବା ପରେ ପ୍ଳାଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଆଇଓସିଏଲର ଉଭୟ ଫାଟକକୁ ବନ୍ଦ କରି ଦିଆଯାଇଥିଲା । ଆଟାଜରେ ବୋମା ଥିବା ନେଇ ସନ୍ଦେହ କରାଯାଉଥିଲା । ଫଳରେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଘଟଣାସ୍ଥଳରେ ଆଇଓସିଏଲର ଅଗ୍ନିଶମ ବିଭାଗ ପହଞ୍ଚି ଆଟାଜ ଉପରକୁ ପାଣି ସ୍ପ୍ରେ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲେଖାହୋଇଛି READY BSP DN

ଏହା ମଧ୍ୟ ପଢ଼ନ୍ତୁ: ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା, ପୋଲିସର ତଦନ୍ତ ଆରମ୍ଭ

ତେବେ ଆଟାଜରେ କଣ ଅଛି ଜାଣିବା ପାଇଁ ଘଟଣାସ୍ଥଳରେ ସିଆଇଏସଏଫ ଯବାନଙ୍କ ସମେତ ଡଗ ସ୍କ୍ବାଡ ମଧ୍ୟ ଆସି ପହଞ୍ଚିଥିଲା । ମୁଖ୍ୟ ଗେଟ ସମେତ ଆଖପାଖ ଅଞ୍ଚଳରେ ପ୍ରହରା କଡାକଡି କରାଯାଇଥିଲା । ତେବେ ସବିଶେଷ ତଥ୍ୟ ଅନୁଯାୟୀ ଘଟଣାସ୍ଥଳରେ ଜଣେ ଯୁବକ ପହଞ୍ଚି ସେ ଆଟାଜ ତାଙ୍କର ବୋଲି ଦାବି କରିଥିଲେ । ସୋମବାର ସେ ଆଟାଜ ଛାଡି ଚାଲିଯାଇଥିଲା । ସେଥିରେ ଜେଜେ ଏଣ୍ଟରପ୍ରାଇଜେସର କିଛି ଯନ୍ତ୍ରାଂଶ ଥିଲା ବୋଲି ଯୁବକ ଜଣଙ୍କ କହିଥିଲେ । ତେବେ ଘଟଣାସ୍ଥଳରୁ ଅଭୟଚାନ୍ଦପୁର ପୋଲିସ ଆଟାଜକୁ ଜବତ କରିବା ସହ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି । ଏହି ଘଟଣାକୁ ନେଇ ପାରାଦୀପରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପ୍ଲଣ୍ଟ ପରିସର ସ୍ବାଭାବିକ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.