ETV Bharat / state

ରାଜ୍ୟ ପର୍ଯ୍ୟଟନ ଦିବସ: କୋରୋନା ମାଡରେ ଧରାସାୟୀ ଜିଲ୍ଲା ପର୍ଯ୍ୟଟନ - State Tourism Day

କୋରୋନା ମାଡରେ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ଜୀବିକା ନିର୍ବାହ କରୁଥିବା ଲୋକେ ଏବେ ହାହାକାର କଲେଣି । ଜଗତସିଂହପୁର ଜିଲ୍ଲାର ଦୁଇଟି ପର୍ଯ୍ୟଟନ କ୍ଷେତ୍ର ଶିଆଳି ବେଳାଭୂମି ଓ ପାରାଦୀପ ପୋର୍ଟ ସହ ବିସ୍ତୃତ ବେଳାଭୂମି ଅନେକାଂଶରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । ଅଧିକ ପଢନ୍ତୁ...

State Tourism Day: Tourism in the district has been severely damaged
ରାଜ୍ୟ ପର୍ଯ୍ୟଟନ ଦିବସ: କୋରୋନା ମାଡରେ ଧାରାସାୟୀ ଜିଲ୍ଲା ପର୍ଯ୍ୟଟନ
author img

By

Published : Sep 27, 2020, 10:01 PM IST

ଜଗତସିଂହପୁର: କୋରୋନା ମାଡରେ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ଜୀବିକା ନିର୍ବାହ କରୁଥିବା ଲୋକେ ଏବେ ହାହାକାର କଲେଣି । ଜିଲ୍ଲାର ଦୁଇଟି ପର୍ଯ୍ୟଟନ କ୍ଷେତ୍ର ଶିଆଳି ବେଳାଭୂମି ଓ ପାରାଦୀପ ପୋର୍ଟ ସହ ବିସ୍ତୃତ ବେଳାଭୂମି ଅନେକାଂଶରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ ।

ରାଜ୍ୟ ପର୍ଯ୍ୟଟନ ଦିବସ: କୋରୋନା ମାଡରେ ଧାରାସାୟୀ ଜିଲ୍ଲା ପର୍ଯ୍ୟଟନ

ଜଗତସିଂହପୁର ସହର ଠାରୁ ମାତ୍ର 15 କିଲୋମିଟର ଦୂରରେ ରହିଛି ମାଆ ସାରଳାଙ୍କ ମନ୍ଦିର, ଓ ବିଭୁତି କ୍ଷେତ୍ର ନାମରେ ପରିଚିତ ପ୍ରଭୁ ଗୋରେଖ ନାଥଙ୍କ ମନ୍ଦିର । ଏଠାକୁ ପ୍ରତ୍ୟକେ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକମାନେ ଆସିଥାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ମାସ ମାସ ଧରି ଏହି କ୍ଷେତ୍ର ବନ୍ଦ ରହିଥିବାରୁ ଗୁରୁତର ଆର୍ଥିକ ସମସ୍ୟା ସୃଷ୍ଟି ହେଲାଣି । ସେହିପରି ପାରାଦ୍ୱୀପ ସହର ଏକ ଶିଳ୍ପ ସମୃଦ୍ଧ ସହର ସହ ବିସ୍ତୃତ ବେଳାଭୂମି, ନେହୁରୁ ବଙ୍ଗଳା ଓ ମହାନଦୀ ମୁହାଣରେ ବଣଭୋଜି ସହ ନୌବିହାରର ମଜା ନେବାକୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସନ୍ତି । କିନ୍ତୁ ଏବେ ଏହା ସୁନସାନ ହୋଇ ପଡିଛି ।

ଲକଡାଉନ ହଟିଛି ସତ କିନ୍ତୁ କୋରୋନ ଭୟ ସମସ୍ତଙ୍କୁ ଘାରିଛି । ଚଳିତ ବର୍ଷ ଜିଲ୍ଲା ପର୍ଯ୍ୟଟନ ବିଭାଗର ପ୍ରାୟ 50 କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ସାରଳା ମନ୍ଦିର ଟ୍ରଷ୍ଟର 20 କୋଟି ଗୋରେଖ ନାଥ ମନ୍ଦିରର 30 କୋଟି ଓ ପାରାଦୀପର ବିଭିନ୍ନ ହୋଟେଲର ପ୍ରାୟ 50 କୋଟି ଟଙ୍କାର କ୍ଷତି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.