ଜଗତସିଂହପୁର: ଜିଲ୍ଲାରେ ଆସନ୍ତା ମାସରେ ହେବାକୁ ଥିବା କୁଆଁରି ଲଷ୍ମୀ ପୂଜା ପାଇଁ ମାଟି ଅନୁକୂଳ ପୂଜା ଅନୁଷ୍ଠିତ ହୋଇଛି । କୁଜଙ୍ଗ ବ୍ଲକର ରାହମା, ନାଉଗାଁ, ଜଗତସିଂହପୁର ସଦର ବ୍ଲକ ନବାପଟଣା ଆଦି ସ୍ଥାନରେ ଲଷ୍ମୀ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି ।
କୋଭିଡ କଟକଣା ସତ୍ତ୍ବେ କେତେକ ସ୍ଥାନରେ ଲୋକେ ଶୋଭାଯାତ୍ରାରେ ବାହାରି ପୂଜାର୍ଚ୍ଚନା ସହ ମାଟି ଅନୁକୂଳ କରିଥିଲେ । ଆଶ୍ବିନ ମାସ ଶେଷରେ କୁମାର ପୂର୍ଣ୍ଣିମାରେ ଲଷ୍ମୀଙ୍କୁ ଆରାଧନା କରାଯାଏ । ମୂଳାଷ୍ଟମୀ ପରଦିନ ବିଭିନ୍ନ ଜଳାଶୟ ନିକଟରେ ମା' ଲଷ୍ମୀଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ଏହାକୁ ନେଇ ଆଜି ମାଟି ଅନୁକୂଳ କରାଯାଇ ଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ