ETV Bharat / state

ଭାଇବୋହୂକୁ ଦେଢଶୁରର ମରଣାନ୍ତ୍ରକ ଆକ୍ରମଣ; ଥାନାରେ ପହଞ୍ଚିଲା ମାମଲା - case filed

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମରେ ଘରୋଇ କଳିରୁ ଭାଇବୋହୂକୁ ଦେଢଶୁରର ମରଣାନ୍ତ୍ରକ ଆକ୍ରମଣ । ଅଧିକ ପଢନ୍ତୁ...

ଭାଇବୋହୂକୁ ଦେଢଶୁରର ମରଣାନ୍ତ୍ରକ ଆକ୍ରମଣ
ଭାଇବୋହୂକୁ ଦେଢଶୁରର ମରଣାନ୍ତ୍ରକ ଆକ୍ରମଣ
author img

By

Published : Jun 3, 2021, 10:00 AM IST

ଜଗତସିଂହପୁର: ସାମାନ୍ୟ ଘରୋଇ କଳିରୁ ଭାଇବୋହୂକୁ ଦେଢଶୁରର ମରଣାନ୍ତ୍ରକ ଆକ୍ରମଣ । ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମରେ ।

ସୂଚନାଅନୁସାରେ,ଚଅଁରପୁର ଗ୍ରାମର ସ୍ବର୍ଗତ ଧୁଳ ସମାଲଙ୍କ ଦୁଇପୁଅ ଗୋବିନ୍ଦ ସାମଲ ଓ ନେତ୍ରାନ୍ଦ ସାମଲ ନିଜ ନିଜ ପରିବାର ସହିତ ବସବାସ କରନ୍ତି । ଗତକାଲି ନେତ୍ରାନନ୍ଦଙ୍କ ଅନୁପସ୍ଥିତିକୁ ନେଇ ତାଙ୍କ ସ୍ତ୍ରୀ ଝିଲିରାଣିଙ୍କ ଚୁଟି ଘୋଷାଡି ମାରିଥିବା ଅଭିଯୋଗ ଆଣିଛନ୍ତି ଝିଲିରାଣୀ । ଗୋବିନ୍ଦଙ୍କ ସ୍ତ୍ରୀ ଅର୍ଥାତ ଝିଲିରାଣାଙ୍କ ଯାଆ ଘଟଣାସ୍ଥଳରେ ପହଞ୍ଚି ଝିଲିକୁ ଗୋବିନ୍ଦ କବଳରୁ ଉଦ୍ଧାର କରିଥିଲେ ।

ପରେ ନେତ୍ରାନନ୍ଦ ଖବର ପାଇ ଘରକୁ ଆସି ଝିଲିରାଣୀକୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ । ଏହା ପରେ ବାଲିକୁଦା ଥାନାକୁ ଏତଲା ଦେବାପାଇଁ ଯାଇଥିଲେ । ତେବେ ବାଲିକୁଦା ଥାନାରେ କାର୍ଯ୍ୟରତ ଥିବା ଜଣେ ମହିଳା ସବ ଇନ୍ସପେକ୍ଟର ସେଠାରେ ଝିଲିରାଣୀଙ୍କ ଏତଲା ଗ୍ରହଣ ନ କରି ଓଲଟା ଦୁର୍ବ୍ୟବହାର କରିଥିଲା ନେଇ ଅଭିଯୋଗ କରିଛନ୍ତି ପୀଡିତା ଝିଲିରାଣୀ ଭୋଇ । ତେବେ ଏହି ଘଟଣା ସମ୍ପର୍କରେ ଝିଲିରାଣୀ ନ୍ୟାୟ ପାଇବା ଆଶାରେ ଜଗତସିଂହପୁର ଏସପିଙ୍କ କାର୍ଯ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.