ଜଗତସିଂହପୁର: ଭାଇର ସ୍ମୃତିରେ ରକ୍ତଦାନ ପାଇଁ ସୁଦୂର ଆମେରିକାରୁ ଆସି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ଜଗତସିଂହପୁର ଉପକଣ୍ଠ ତରଡା ପଡ଼ା ଗ୍ରାମର ମଧୁସ୍ମିତା ସାହୁ । ରକ୍ତ ଅଭାବରୁ ନିଜ ଆତ୍ମୀୟଙ୍କୁ ହରାଇବା ପରେ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି ।
ମଧୁସ୍ମିତା ସୁଦୂର ଆମେରିକାରେ କାର୍ଯ୍ୟ କରୁଥିବାବେଳେ, ଗତ ଦୁଇବର୍ଷ ତଳେ ତାଙ୍କର ଜଣେ ଭାଇଙ୍କର ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ରକ୍ତ ଅଭାବରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସେ ମର୍ମାହତ ହେବାସହ ରକ୍ତ ଯୋଗୁଁ ଯେପରି ଆଉ କାହାରି ଜୀବନ ନ ଯିବ ସେଥିପାଇଁ ପ୍ରତ୍ୟେକ ବର୍ଷ ସେ ଆମେରିକାରୁ ଆସି ନିଜେ ରକ୍ତ ଦେବସହ ରକ୍ତ ଦାନ ଶିବିରର ଆୟୋଜନ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମଧୁସ୍ମିତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଇଟିଭି ଭାରତ, ଜଗତସିଂପୁର