ETV Bharat / state

ଶିଆଳିରେ କୂଳ ଲଙ୍ଘିଲା ସମୁଦ୍ର, ଭିଓ ଟାୱାର ଭୁଶୁଡିବା ଆଶଙ୍କା - ଶିଆଳି ବେଳାଭୂମି ନିକଟରେ କୂଳ ଲଙ୍ଘୁଛି ସମୁଦ୍ର

ଜଗତସିଂହପୁର ଶିଆଳି ବେଳାଭୂମି ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ଲଘୁଚାପ ପ୍ରଭାବରେ ସମୁଦ୍ରର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଭୟଭୀତ ଅବସ୍ଥାରେ ସମୁଦ୍ର କୂଳିଆ ଲୋକେ। ଅଧିକ ପଢ଼ନ୍ତୁ

sea water crossed coastline in shiali jagatsinghpur
ଶିଆଳିରେ କୂଳ ଲଙ୍ଘିଲା ସମୁଦ୍ର, ଭିଓ ଟାୱାର ଭୁଶୁଡିବା ଆଶଙ୍କା
author img

By

Published : Sep 12, 2022, 2:54 PM IST

ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମି ନିକଟରେ କୂଳ ଲଙ୍ଘୁଛି ସମୁଦ୍ର । ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବାରୁ ପ୍ରବଳ ଲହଡି ମାଡ଼ ହେବାସହ ସ୍ଥାନୀୟ ଗ୍ରାମ ଗୁଡିକରେ ଲୁଣାପାଣି ପଶିଯାଇଛି । ସମୁଦ୍ର ଅଶାନ୍ତ ରହି ବଡ଼ ବଡ଼ ଜୁଆର ମାଡ଼ିଆସିବା ଫଳରେ ସ୍ଥାନୀୟ ଅଞ୍ଚଳ ଲୋକମାନେ ଭୟଭୀତ ହୋଇଛନ୍ତି । ଶିଆଳି ବେଳାଭୂମିରେ ଥିବା ଭିଓ ଟାୱାର ଦେହରେ ସମୁଦ୍ର ମାଡ଼ ହେଉଥିବା ଦେଖିବାକୁ ମିଳିଛି । ଭିଓ ଟାୱାର ନିକଟରୁ ୩୦ ମିଟର ଦୂରରେ ସମୁଦ୍ର ଥିବାବେଳେ ଜୁଆର ବର୍ତ୍ତମାନ ତାହାର ନିକଟବର୍ତ୍ତୀ ମାଡି ଆସିଲାଣି ।

ଶିଆଳିରେ କୂଳ ଲଙ୍ଘିଲା ସମୁଦ୍ର

ଏହା ମଧ୍ୟ ପଢ଼ନ୍ତୁ: ଦୀର୍ଘ 3 ବର୍ଷ ପରେ ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା

କେଉଁ ମୁହୂର୍ତ୍ତରେ ଭିଓ ଟାୱାର ଭୁଶୁଡି ପଡିବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସମୁଦ୍ର ଲହଡିକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଝାଉଁ ଗଛ ଲଗାଯିବା ସହ ସମୁଦ୍ର ନିକଟରେ କାଠର ଏକ ଆଡ଼ିବନ୍ଧ ନିର୍ମାଣ କରାଯାଇ ବଲିବସ୍ତା ପକା ଯାଇଥିଲା । ତେବେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ସହ ସମୁଦ୍ର ଅଶାନ୍ତ ରହିବାରୁ ବିରାଟ ଜୁଆର ସୃଷ୍ଟି ହୋଇ ସ୍ଥଳ ଭାଗକୁ ପାଣି ମାଡି ଆସିଛି । ଯାହାକୁ ନେଇ ସମୁଦ୍ର କୂଳିଆ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ବନ ବିଭାଗ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.