ETV Bharat / state

ଅର୍ପଣ ରଥ ଅନୁଦାନ ରାଶି ଖର୍ଚ୍ଚ ଉପରେ ସରପଞ୍ଚ ସଂଘର ପ୍ରଶ୍ନ, ପ୍ରଶାସନ ଉପରେ ଲଦିଲେ ଦୋଷ - Jagaysinghpur Issue

Displeasure over Arpana Ratha Issue: ଅର୍ପଣ ରଥକୁ ନେଇ ସରପଞ୍ଚ ସଂଘ ଅସନ୍ତୁଷ୍ଟ । କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଉ ନଥିବା ଅଭିଯୋଗ । ଆଗକୁ ପଢ଼ନ୍ତୁ,

ଅସନ୍ତୁଷ୍ଟ ସରପଞ୍ଚ ସଂଘ
ଅସନ୍ତୁଷ୍ଟ ସରପଞ୍ଚ ସଂଘ
author img

By ETV Bharat Odisha Team

Published : Jan 10, 2024, 7:45 PM IST

ଅସନ୍ତୁଷ୍ଟ ସରପଞ୍ଚ ସଂଘ

ଜଗତସିଂହପୁର : ଅର୍ପଣ ରଥକୁ ନେଇ ଦେଖାଦେଇଛି ସରପଞ୍ଚ ସଂଘର ଅସନ୍ତୋଷ । କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତର ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଉ ନଥିବା ଅଭିଯୋଗ । ସରପଞ୍ଚମାନଙ୍କୁ ବ୍ଲକ ପ୍ରଶାସନର ଅଣଦେଖା । ଅର୍ପଣ ରଥ ବାବଦକୁ ୨ ଲକ୍ଷ ଟଙ୍କା ଅନୁଦାନ ରାଶି ଖର୍ଚ୍ଚର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସରପଞ୍ଚ ସଂଘ । ଏହାକୁ ନେଇ ନାଉଗାଁ ବ୍ଲକ ପ୍ରଶାସନ ଏବଂ ସରପଞ୍ଚ ସଂଘ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି।

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ନବୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅର୍ପଣ ରଥକୁ ନେଇ ଅସନ୍ତୋଷ ପ୍ରକଟ କରିଛି ନାଉଗାଁ ସରପଞ୍ଚ ସଂଘ । ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ କରିଛି ଯେ, ନାଉଗାଁ ବ୍ଲକର ସମସ୍ତ 14ଟି ପଞ୍ଚାୟତରେ ଅର୍ପଣ ରଥ ବୁଲା ଯାଉଛି । କିନ୍ତୁ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଉ ନାହିଁ । ସରପଞ୍ଚମାନଙ୍କୁ ସବୁ ସରକାରୀ କାର୍ଯ୍ୟରେ ବ୍ଲକ ପ୍ରଶାସନ ଅଣଦେଖା କରି ଚାଲିଛି ବୋଲି ସରପଞ୍ଚ ସଂଘ ଅଭିଯୋଗ କରିଛି । ଅର୍ପଣ ରଥ ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ ଗ୍ରାମ ଉନ୍ନୟନ ଅଧିକାରୀଙ୍କୁ ନେଇ ଏହି ଅର୍ଥ ଖର୍ଚ୍ଚ କରୁଛନ୍ତି । କେଉଁ ବାବଦରେ ଏହି ଅର୍ଥ ବିନିଯୋଗ କରାଯାଉଛି ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଅବଗତ କରାଯାଉ ନାହିଁ । ଯାହାର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଏକ ପ୍ରକାର ହରିଲୁଟ ଚାଲିଥିବା ନାଉଗାଁ ସରପଞ୍ଚ ସଂଘ କହିଛି ।

ଏହା ମଧ୍ୟ ପଢ଼ନ୍ତୁ.... କଣାସରେ ଅର୍ପଣ ରଥକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା

ଅଭିଯୋଗ ହୋଇଛି ଯେ, ଜନ ପ୍ରତିନିଧିକୁ ନାଉଗାଁ ବ୍ଲକ ପ୍ରଶାସନ ସବୁବେଳେ ଅଣଦେଖା କରି ଆସିଛି । ପଞ୍ଚାୟତରେ ଯେକୌଣସି କାର୍ଯ୍ୟ କରାଯାଉଛି ସ୍ଥାନୀୟ ସରପଞ୍ଚଙ୍କୁ ସେ ସଂପର୍କରେ ଅବଗତ କରାଯାଉ ନାହିଁ। ବ୍ଲକ ପ୍ରଶାସନର ମନମାନୀ କାର୍ଯ୍ୟକୁ ସରପଞ୍ଚ ସଂଘ ବିରୋଧ କରିବା ସହିତ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟକୁ ସରପଞ୍ଚମାନେ ଅଚଳ କରିବାକୁ ଧମକ ଦେଇଛନ୍ତି । ଏହି ଘଟଣାକୁ ନେଇ ନାଉଗାଁ ବିଡ଼ିଓ କହିଛନ୍ତି, ’’ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସବୁ କାର୍ଯ୍ୟ କରାଯାଉଛି । ସରକାରଙ୍କ ନିୟମ ଅନୁସାରେ ଅର୍ପଣ ରଥ ବୁଲିବାକୁ ନେଇ ସମସ୍ତ ସରପଞ୍ଚଙ୍କୁ ନିମନ୍ତ୍ରଣ କରାଯାଇଛି । ଅର୍ପଣ ରଥକୁ ବୁଲାଇବା ଓ ଏଥିରେ ଯାଉଥିବା ସଂକୀର୍ତ୍ତନ ମଣ୍ଡଳୀ ଓ ଅନ୍ୟ ସବୁ କାର୍ଯ୍ୟ ପିଇଓ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଛି । ଏଥିରେ ସରପଞ୍ଚମାନଙ୍କର କୌଣସି ଭୂମିକା ନଥିବା ଗାଇଡ ଲାଇନରେ ସ୍ପଷ୍ଟ ଲେଖା ଯାଇଛି । ’’ ଏହି ଘଟଣାକୁ ନେଇ ନାଉଗାଁ ବ୍ଲକରେ ବ୍ଲକ ପ୍ରଶାସନ ଓ ସରପଞ୍ଚ ସଂଘ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.