ଜଗତସିଂହପୁର: ଚର୍ଚ୍ଚାରେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ। ଭାଇରାଲ ହୋଇଛି କାନ୍ଧରେ ମୃତଦେହ ବୋହି ରାମ ନାମ ସତ୍ୟ ହେ କହୁଥିବାର ଭିଡିଓ। ଏନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ସତ୍ୟତା ଜାଣିବା ପାଇଁ ଅନେକ ଇଚ୍ଛୁକ।
ସୂଚନା ଅନୁଯାୟୀ ବିଜେଡି ପ୍ରାର୍ଥି ସମ୍ବିତ ରାଉତରାୟ ରବିବାର ଅପରାହ୍ନରେ ପରଗଦେଇ ପଞ୍ଚାୟତର ରାଣୀତୋଲା ଗ୍ରାମରେ ପହଞ୍ଚି ବୁଢାମଲ ନାମକ ଜଣେ ମୃତବ୍ୟକ୍ତିଙ୍କୁ କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ । ତେବେ ମୃତକଙ୍କ କେହି ସନ୍ତାନ ନଥିବାରୁ ସେ ଏପରି କରିଥିବା କହିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ