ETV Bharat / state

ସରିଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ ବ୍ୟବଚ୍ଛେଦ, ଷ୍ଟେଟ ଫରେନ୍ସିକ ଲ୍ୟାବକୁ ଗଲା ନମୁନା - ଋଷୀୟ ଇଞ୍ଜିନିୟର ମିଲ ୟାକୁବ ସର୍ଜାଇ

ପାରାଦ୍ବୀପ ବନ୍ଦରରୁ ଜବତ ହୋଇଥିବା ଋଷୀୟ ଇଞ୍ଜିନିୟର ମିଲ ୟାକୁବ ସର୍ଜାଇଙ୍କ ମୃତଦେହ ବ୍ୟବଚ୍ଛେଦ ସରିଛି । ବ୍ୟବଚ୍ଛେଦ ସମୟର ଦୃଶ୍ୟ ରେକର୍ଡିଂ କରାଯିବା ସହ ଭିସେରା ଟେଷ୍ଟ ପାଇଁ ବ୍ରେନ୍‌, ହାର୍ଟ ଓ ଲଙ୍ଗ୍‌ସ୍‌ ଆଦି ଶରୀରର ମୁଖ୍ୟ ଅଂଶର ନମୁନା ସଂଗ୍ରହ କରି ଷ୍ଟେଟ୍‌ ଫରେନସିକ ଲ୍ୟାବକୁ ପଠାଇଛି ପୋଲିସ । ଅଧିକ ପଢ଼ନ୍ତୁ

ପାରାଦ୍ବୀପରୁ ମିଳିଥିବା ଋଷ ଇଞ୍ଜିନିୟରଙ୍କ ମୃତଦେହ ବ୍ୟବଚ୍ଛେଦ ସରିଲା

author img

By

Published : Jan 4, 2023, 6:35 PM IST

ପାରାଦ୍ବୀପରୁ ମିଳିଥିବା ଋଷ ଇଞ୍ଜିନିୟରଙ୍କ ମୃତଦେହ ବ୍ୟବଚ୍ଛେଦ ସରିଲା

ପାରାଦ୍ବୀପ: ସରିଲା ଋଷୀୟ ଇଞ୍ଜିନିୟର ମିଲ ୟାକୁବ ସର୍ଜାଇଙ୍କ ମୃତଦେହ ବ୍ୟବଚ୍ଛେଦ । କୁଜଙ୍ଗସ୍ଥିତ ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ରରେ ଏହି ବ୍ୟବଚ୍ଛେଦ କରାଯାଇଛି । କୁଜଙ୍ଗ ତହସିଲଦାର ଓ ମେରାଇନ ଥାନା ଅଧିକାରୀଙ୍କ ଉପସ୍ଥିତରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି ବ୍ୟବଚ୍ଛେଦ କରିଛନ୍ତି । ଏହାପରେ ନମୁନା ସଂଗ୍ରହ କରି ଭୁବନେଶ୍ବର ଫରେନ୍ସିକ ଲ୍ୟାବକୁ ପଠାଇଛି ପୋଲିସ । ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ଏହି ଋଷୀୟ ନାଗରିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ସୋମବାର ବିଳମ୍ବିତ ରାତିରେ ଏହି ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପାରାଦ୍ବୀପ ବନ୍ଦରଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଅଟକି ରହିଥିବା ଜାହାଜରୁ ଏହି ଋଷୀୟ ନାଗରିକଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହକୁ ସୋମବାର ବିଳମ୍ବିତ ରାତିରେ ପାରାଦ୍ବୀପ ପୋର୍ଟ ପୋଲିସ ଉଦ୍ଧାର କରିଥିଲା (Russian nationals death Body body rescued)। ଆଇନଗତ ପ୍ରକ୍ରିୟା, କାଗଜପତ୍ର କରିବାରେ ବିଳମ୍ବ ଓ ଥାନାରେ ଲିଖିତ ଅଭିଯୋଗ ହୋଇନଥିବାରୁ ପୋଲିସ ମୃତଦେହ ଜବତ କରିବାରେ ବିଳମ୍ବ ହୋଇଥିଲା । ତେବେ ଆଜି ମୃତଦେହ ବ୍ୟବଛେଦ ସମୟର ସମସ୍ତ ଦୃଶ୍ୟକୁ ଭିଡିଓ ରେକର୍ଡିଂ କରାଯାଇଥିବା ସହ ଭିସେରା ଟେଷ୍ଟ ପାଇଁ ବ୍ରେନ, ହାର୍ଟ ଓ ଫୁସଫୁସ ଇତ୍ୟାଦି ଶରୀରର ମୁଖ୍ୟ ଅଂଶର ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବରସ୍ଥିତ ଷ୍ଟେଟ୍‌ ଫରେନସିକ ଲ୍ୟାବକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ରାୟଗଡ଼ା ଜିଲ୍ଲାରେ ଦୁଇ ଋଷ ନାଗରିକଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ପୁଣି ପାରାଦ୍ବୀପ ବନ୍ଦରରେ ଜାହାଜ ଭିତରେ ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଜାହାଜ ପାଖରେ ମେରାଇନ ପୋଲିସ ଓ ପାରାଦ୍ବୀପ ପୋର୍ଟର ବରିଷ୍ଠ ଅଧିକାରୀମାନେ ପହଞ୍ଚି ମୃତଦେହ ଜବତ କରିବା ସହ ରାତି ୧.୩୦ ସମୟରେ ପାରାଦ୍ବୀପ ପୋର୍ଟ ମେଡିକାଲକୁ ଆଣିଥିଲେ । ଆଜି କୁଜଙ୍ଗରେ ପୋଷ୍ଟମର୍ଟମ ସରିବା ପରେ ମୃତଦେହକୁ ପୁନର୍ବାର ପାରାଦ୍ବୀପରେ ମୃତଦେହ ସଂରକ୍ଷଣ କକ୍ଷରେ ସଂରକ୍ଷିତ ରଖାଯାଇଛି । ତେବେ ମୃତଦେହକୁ ପରିବାର ଲୋକଙ୍କୁ କିପରି ହସ୍ତାନ୍ତର କରାଯିବ ସେନେଇ କିଛି ସ୍ଥିର ହୋଇନଥିବା କୁଜଙ୍ଗ ତହସିଲଦାର କହିଛନ୍ତି । ଅନ୍ୟପକ୍ଷରେ ପୋଲିସ ଗତକାଲି ପ୍ରାଥମିକ ତଦନ୍ତ ସମୟରେ ଜାହାଜରେ ଥିବା ଅନ୍ୟ ୨୨ ଜଣ କ୍ରୁ ସଦସ୍ୟଙ୍କୁ ପଚରାଉଚରା କରିଥିଲା । ଏହି ସମୟରେ ମୃତ ଇଞ୍ଜିନିୟରଙ୍କର ଦେହ ଅସୁସ୍ଥ ଥିବା କିଛି ସଦସ୍ୟ ପୋଲିସ ଆଗରେ ବୟାନ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.