ଜଗତସିଂହପୁର: ସାମୁଦ୍ରିକ ଝଡ 'ଫନି' ଯିବାକୁ ବିତିଲାଣି 13 ଦିନ । ହେଲେ ଏବେ ବି କନ୍ଦରପୁର ଜଗତସିଂହପୁର ରାସ୍ତାରେ ପଡିରହିଛି ବଡ ବଡ଼ ଗଛ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଏନଡିଆରଏଫ ଟିମି ଗଛ କାଟି ଦେଇଥିଲେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଗଛର ଗଣ୍ଡି ପଡି ରାସ୍ତା ଅବରୋଧ କରୁଛି । ଯେଉଁଥି ପାଇଁ ଗମାନଗମନରେ ବାଧା ସୃଷ୍ଟି ହୋଇଛି ।
ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କୁ ଅବଗତ କରାଯାଇ ଜେସିବି ସାହାଯ୍ୟରେ କନ୍ଦରପୁରୁ ଠାରୁ ଏରସମା ପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ ମୁକ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ