ETV Bharat / state

Train Accident: ମୃତଦେହ ଚିହ୍ନିବାକୁ ଯାଇଥିଲେ, ଛକି ବସିଥିଲା ଯମ - କଟକ ପାରାଦ୍ବୀର ରାସ୍ତାରେ ଦୁର୍ଘଟଣା

କଟକ-ପାରାଦ୍ୱୀପ 55ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

road accident
accident in cuttack paradeep road
author img

By

Published : Jun 9, 2023, 7:50 AM IST

ମୃତଦେହ ଚିହ୍ନିବାକୁ ଯାଇଥିଲେ, ଛକି ବସିଥିଲା ଯମ

ଜଗତସିଂହପୁର: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ ତାହା କାହାକୁ ବା ଜଣା । ରେଳ ଦୁର୍ଘଟଣାରେ ମୃତ ସମ୍ପର୍କୀୟଙ୍କ ମୃତଦେହ ଚିହ୍ନଟ କରିବାକୁ ଯାଇଥିଲେ । ଫେରିଥିବା ବେଳେ ଛକି ବସିଥିଲା ଯମ । ସଡକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । କଟକ-ପାରାଦ୍ୱୀପ 55ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

କଟକ-ପାରାଦ୍ୱୀପ ରାସ୍ତା ମରଣ ଯନ୍ତା ପାଲଟିଛି । ଜଗତସିଂହପୁରକୁ ସଂଯୋଗ କରୁଥିବା 55ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଯାଉଛି । ଜଗତସିଂହପୁର ସହର ଗାନ୍ଧୀ ଛକ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବାସାଳ ଗ୍ରାମର ଦେବେନ୍ଦ୍ର ସାହୁଙ୍କ ପୁଅ କିଶନ କୁମାର ସାହୁ ଓ ତାଙ୍କ ସାଙ୍ଗ ମିହିର ପଣ୍ଡା ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଚିହ୍ନଟ ପାଇଁ ଗତ ବୁଧବାର ଦିନ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ। ସେଠାରେ ମୃତଦେହ ଚିହ୍ନଟ କରି ଗୁରୁବାର ଫେରିବା ସମୟରେ ଗାନ୍ଧିଛକ ନିକଟରେ ଏକ ପିକପ ଭ୍ୟାନ ତାଙ୍କ ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ବୁଲେଟ ଚଳାଉଥିବା ଅମ୍ବାସାଳର କିଶନ ସାହୁ ଛିଟିକି ପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ସହିତ ଥିବା ତାଙ୍କ ସାଙ୍ଗ ମିହିର ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିତକ ଚିକିତ୍ସା ପରେ ଗୁରୁତର ମିହିରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଚମ୍ପଟ ମାରିଛି ।

ମୃତ କିଶନ ସାହୁଙ୍କ ବାପା ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ''ତାଙ୍କର ଜଣେ ସମ୍ପର୍କୀୟ ଭାଇର ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ଲୋକଙ୍କ ସହ କିଶନ ଓ ତାର ଜଣେ ସାଙ୍ଗ ମୃତଦେହ ଚିହ୍ନଟ କରି ଆଣିବା ପାଇଁ ଭୁବନେଶ୍ୱର ଯାଇଥିଲେ। ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ମୋ ପୁଅ ଚାଲିଗଲା ।'' ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି । ସଡକ ଦୁର୍ଘଟଣା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଦ୍ବିତୀୟ ସ୍ଥାନରେ ରହିଥିବା ଜିଲ୍ଲା ପରିବହନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟରୁ ଜଣା ପଡ଼ିଛି ।

ଇଟିିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.