ETV Bharat / state

ଜଗତସିଂହପୁରରେ କୋହଳ ହେବ ଲକଡାଉନ - relaxation of lockdown

ଆସନ୍ତା 20 ତାରିଖ ସୁଦ୍ଧା ଜିଲ୍ଲାରେ ଲକଡାଉନକୁ କିଛି ମାତ୍ରାରେ କୋହଳ କରାଯିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

relaxation-of-lockdown-will-be-going-forward-at-jagatsinghpur
ଜଗତସିଂହପୁରରେ କୋହଳ ହେବ ଲକଡାଉନ
author img

By

Published : Apr 19, 2020, 1:16 AM IST

ଜଗତସିଂହପୁର: ଜିଲ୍ଲାରେ କୋଭିଡ-19 ସଂକ୍ରମଣ ଘଟଣା ସାମ୍ନାକୁ ଆସିନଥିବା ବେଳେ ଆସନ୍ତା 20 ତାରିଖ ସୁଦ୍ଧା ଜିଲ୍ଲାରେ ଲକଡାଉନକୁ କିଛି ମାତ୍ରାରେ କୋହଳ କରାଯିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜଗତସିଂହପୁରରେ କୋହଳ ହେବ ଲକଡାଉନ

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ, ସରକାରଙ୍କ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ସନ୍ଧିଗ୍ଧଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଜଗତସିଂହପୁର ଜିଲ୍ଲାରେ ଜନସଂଖ୍ୟା 11 ଲକ୍ଷ 35 ହଜାର ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ 135ଟି ନମୁନା ଟେଷ୍ଟ ହେବାର ନିର୍ଦ୍ଦେଶ ଥିଲା । କିନ୍ତୁ ଏଯାବତ୍‌ 245 ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରୁ 168ଟି ନମୁନା ନେଗେଟିଭ ଆସିସାରିଛି ।

ଲକଡାଉନ ପୂର୍ବରୁ ଜିଲ୍ଲାରୁ ବିଦେଶରୁ ଆସିଥିବା ଓ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ କ୍ବାରେନଟାଇନ ଅବଧି ଶେଷ ହୋଇଛି । କୌଣସି ଜଣଙ୍କ ଦେହରେ ବି କୋରୋନା ଲକ୍ଷଣ ଚିହ୍ନଟ କରାଯାଇ ନାହିଁ । ସେହିଭଳି ନିଜାମୁଦ୍ଦିନ ଲିଙ୍କରେ ଆସିଥିବା ବ୍ୟକ୍ତିମାନଙ୍କର ନମୁନା ମଧ୍ୟ ନେଗେଟିଭି ଆସିଥିବା କୁହାଯାଇଛି । ଏହାକୁ ନେଇ ଜଗତସିଂହପୁର ଜିଲ୍ଲା ଜୋନ -3ରେ ସ୍ଥାନିତ ହୋଇଥିବାରୁ ଆସନ୍ତା 20 ତାରିଖ ବେଳକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶବଳୀ ଅନୁସାରେ ଲକଡାଉନକୁ କୋହଳ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.