ଜଗତସିଂହପୁର: ଜିଲ୍ଲାରେ ରବିବାର ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମାଧ୍ୟମରେ ଟିକାକରଣ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗ ଦେଇ 5 ବର୍ଷର ପିଲାମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଥିଲେ।
ଜିଲ୍ଲାରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ରବିବାର ଠାରୁ ଆରମ୍ଭ ହୋଇ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର 8ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳ ପାଇଁ 555ଟି ବୁଥରେ ପୋଲିଓ ଟିକା ପ୍ରଦାନ କରାଯିବ। ଜିଲ୍ଲାର 2 ଲକ୍ଷ 34 ହଜାର 192ଟି ଘର ବୁଲି ପ୍ରାୟ 1 ଲକ୍ଷ 6 ହଜାର 179 ଜଣ ଶିଶୁଙ୍କୁ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡା,ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ନିହାର ରଂଜନ ରାୟ, ଡ଼ଃ ବୀଣାପାଣି ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ରାଜ୍ୟରୋ କୋରୋନା ଟୀକାକରଣ ବନ୍ଦ ରହିଛି । ରାଜ୍ୟବ୍ୟାପୀ 41 ଲକ୍ଷ 31 ହଜାର 763 ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ