ଜଗତସିଂହପୁର: ପାରାଦୀପରେ JSW କାରଖାନା ପାଇଁ ଜନଶୁଣାଣି ଚାଲିଥିବା ବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଜନଶୁଣାଣିକୁ JSW ପ୍ରତିରୋଧ ସଂଗ୍ରାମ ସମିତିର କର୍ମକର୍ତ୍ତା ପ୍ରବଳ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
3ଟି ପଞ୍ଚାୟତର ଲୋକେ ଜନଶୁଣାଣିକୁ ବିରୋଧ କରିଥିଲେ । ଢିଙ୍କିଆ, ନୂଆଗାଁର କେତେକ ଜଙ୍ଗଲ କମିଟି, ଓ ନୋଳିଆ ସାହି ବାସିନ୍ଦା ଜନଶୁଣାଣିକୁ ବର୍ଜନ କରିଥିଲେ । ଏପରିକି JSW ଗୋ ବ୍ୟାକ୍ ନାରା ଦେଇଥିଲେ ।
ସୂଚନା ଅନୁସାରେ, ପୂର୍ବରୁ ଏହି ଜାଗାରେ ପସ୍କୋ କାରଖାନା ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିଥିଲା । ହେଲେ ଏବେ ସେହି ଜାଗାରେ JSW କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ଯାହାକୁ ନେଇ ବିରୋଧ ଦେଖାଦେଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ