ETV Bharat / state

ବାହାରିଲା ସମାଧାନର ବାଟ, PPLରେ ଆନ୍ଦୋଳନ ପ୍ରତ୍ୟାହୃତ

author img

By

Published : Aug 7, 2022, 8:34 AM IST

ପିପିଏଲ ସାର କାରଖାନା ବିରୋଧରେ କରାଯାଇଥିବା ଆନ୍ଦୋଳନର ବାହାରିଛି ସମାଧାନର ବାଟ‌ । ଆନ୍ଦୋଳନରୁ ଓହରିଲେ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ

ପିପିଏଲରେ ଆନ୍ଦୋଳନ ପ୍ରତ୍ୟାହୃତ
ପିପିଏଲରେ ଆନ୍ଦୋଳନ ପ୍ରତ୍ୟାହୃତ

ପାରାଦ୍ଵୀପ: ପିପିଏଲ ସାର କାରଖାନା ବିରୋଧରେ କରାଯାଇଥିବା ଆନ୍ଦୋଳନେର ବାହାରିଛି ସମାଧାନର ବାଟ‌ । ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ ଶନିବାର ଆନ୍ଦୋଳନ ପ୍ରତ୍ୟାହାର କରିଛି । ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାରେ ବାହାରିଛି ସମାଧାନର ବାଟ‌ ।

ପିପିଏଲରେ ଆନ୍ଦୋଳନ ପ୍ରତ୍ୟାହୃତ

ସୂଚନାଅନୁସାରେ, ଦୀର୍ଘ ୬ ଦିନ ହେଲା ପିପିଏଲ କାରଖାନାରେ କାର୍ଯ୍ୟରତ ବ୍ୟାଗିଂ ଶ୍ରମିକଙ୍କ ଦରମା ବୃଦ୍ଧି, ସେମାନଙ୍କୁ କ୍ୟାଣ୍ଟିନ ସୁବିଧା , ଶୁଦ୍ଧ ପିଇବା ପାଣି , ସ୍ଥାନୀୟ ଜମିହରା ପରିବାରକୁ ନିଯୁକ୍ତି ରେ ଅଗ୍ରାଧିକାର ପ୍ରଭୃତି ୧୬ ଦଫା ଦାବିକୁ ନେଇ ଅହୋରାତ୍ର ଧାରଣା ଦେଇଥିଲା ବିକାଶ ପରିଷଦ । ତେବେ ଶନିବାର ତ୍ରିପାକ୍ଷିକ ଆଲୋଚନାରେ ଆନ୍ଦୋଳନ କାରୀଙ୍କ ଦାବୀକୁ ଉପଜିଲ୍ଲାପାଳ ସମର୍ଥନ କରିଥିଲେ । ଏହାସହ ପିପିଏଲ କାରଖାନା କର୍ତ୍ତୃପକ୍ଷ ମଧ୍ୟ ମାନି ନେଇଛନ୍ତି । ପୂର୍ବରୁ ବ୍ୟାଗିଂ କାମ କରୁଥିବା ଠିକା ସଂସ୍ଥାକୁ ବ୍ୟାଗିଂ କାମ ଦେବାକୁ କମ୍ପାନୀ ରାଜି ହୋଇଥିବା ବେଳେ ଶ୍ରମିକଙ୍କ ଦରମା ବୃଦ୍ଧି କୁ ମଧ୍ୟ ସ୍ଵୀକୃତି ଦେଇଛି । ଏପରିକି ସମସ୍ତ ୧୬ ଦଫା ଦାବି ସମ୍ପର୍କରେ କମ୍ପାନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ରୁ ଓହରି ଯାଇଛନ୍ତି ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ।

ଏହା ମଧ୍ୟ ପଢନ୍ତୁ: ପାରାଦ୍ୱୀପ ପିପିଏଲରେ ପୁଣି ଶ୍ରମିକ ଅଶାନ୍ତି

ଆଜିର ଏହି ଆଲୋଚନାରେ ପିପିଏଲ କାରଖାନାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ, ବିକାଶ ପରିଷଦର ସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ ଗୋଲେଖ ଚନ୍ଦ୍ର ନାୟକ, ବିକାଶ ପରିଷଦର ସଂଗଠନ ସମ୍ପାଦକ ସ୍ନେହଲତା ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଏବେବି ଆଉ ଦୁଇଟି ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସଫଳ ଆଲୋଚନା ପାଇଁ ଜିଲ୍ଲା ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛି ବିକାଶ ପରିଷଦ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.