ETV Bharat / state

ମିଳିଲା ପ୍ରତିଶୃତି, ଆନ୍ଦୋଳନରୁ ଓହରିଲା ନବ ନିର୍ମାଣ କୃଷକ ସଙ୍ଗଠନ - ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ

ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଗତ ୩ଦିନ ଧରି ଜାରି ରହିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି । ଅଧିକ ପଢନ୍ତୁ

ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ
ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ
author img

By

Published : Dec 10, 2022, 11:45 AM IST

ଜଗତସିଂହପୁର: ଜିଲ୍ଲାରେ ମାଙ୍କଡ ଏବଂ ଷଣ୍ଢର ଉତ୍ପାତରୁ ମୁକ୍ତି ପାଇବା ପାଇଁ ଗତ ୩ଦିନ ଧରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଜାରି ରହିଥିଲା । ତେବେ ଗତକାଲି(ଶୁକ୍ରବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ସତ୍ୟାଗ୍ରହ ସ୍ଥଳରେ ପହଞ୍ଚି ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା ରତ ଚାଷୀମାନଙ୍କ ଶହ ଆଲୋଚନା କରିବା ପରେ ଧରଣାରୁ ହଟିଛନ୍ତି କୃଷକ ସଂଗଠନ ।

ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ: ମାଙ୍କଡ଼ ଷଣ୍ଢଙ୍କ ଦୌରାତ୍ମ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ଚାଷୀମାନଙ୍କ ଧାନ କ୍ରିୟ ନିମନ୍ତେ ସୁବ୍ୟବସ୍ଥା, ଷଣ୍ଢ, ମାଙ୍କଡ଼ ଓ 500 ଶହରୁ ଅଧିକ ହରିଣ ଦାଉରୁ କିପରି ଫସଲ ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଜଗତସିଂହପୁର ବନ ଅଧିକାରୀ 3 ଦିନ ଭିତରେ ମାଙ୍କଡ଼ ଧରାଳିକୁ ଅଣାଯାଇ ମାଙ୍କଡ଼ମାନଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଧରତଙ୍ଗ ଗଡ଼ରେ ଭାଙ୍ଗି ଯାଇଥିବା ତାରବାଡ଼କୁ ଯେପରି ମରାମତି କରାଯିବ ସେ ନେଇ DFOଙ୍କୁ ଚିଠି ଲେଖାଯିବ ବୋଲି ବନ ଅଧିକାରୀ ରବି ନାରାୟଣ ସାହୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ବୁଲା ଷଣ୍ଢକୁ କିଭଳି ନିଅନ୍ତ୍ରଣ କରାଯାଇ ପାରିବ ସେ ନେଇ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହ ଧାରଣାସ୍ଥଳରେ ହିଁ ଆଲୋଚନା କରିଥିଲେ । ତିନିଦିନ ମଧ୍ୟରେ ଏହିସବୁ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଇଟିଭି ଭାରତ, ଜହତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.