ETV Bharat / state

ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ - pipe line project work in jagatsinghpur

ତୈଳ ବିଶୋଧନାଗାର କତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇ ଗ୍ରାମରେ ଥିବା ଗୋଚର ଜମି ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ ହେଉଥିବାରୁ ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ
ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ
author img

By

Published : Jan 3, 2021, 7:55 PM IST

ଜଗତସିଂହପୁର: ପାରାଦୀପ-ହାଇଦ୍ରାବାଦର ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରି ଢ଼ିଙ୍କିଆ ଗ୍ରାମବାସୀଙ୍କ ଆଜି(ରବିବାର) ବିକ୍ଷୋଭ ପ୍ରଦର୍ଶନ। ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇ ଗ୍ରାମରେ ଥିବା ଗୋଚର ଜମି ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ଗ୍ରାମର ଜୀବନ ଜୀବକା ବିପର୍ଯ୍ୟସ୍ତ ହେଉଛି। ତେଣୁ ପ୍ରଶାସନ ଓ ପାଇପ ଲାଇନ କର୍ତ୍ତୃପକ୍ଷ ଏଥିରୁ ବିରତ ରହିବାକୁ ସେମାନେ ଦାବି କରିଛନ୍ତି।

ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ

ସୂଚନା ମୁତାବକ, ପ୍ରଶାସନର ନିଷ୍ପତ୍ତି ଅନୁସାରେ 200 ମିଟର ଲମ୍ବ ଓ 18 ମିଟର ଓସାରର ବିଶିଷ୍ଟ ଗୋଚର ଜମିକୁ ଛାଡି ପାଇପ ଲାଇନ ବିଛାଇବା କାମ ଆଗେଇ ନେବାକୁ ସମ୍ମତି ପ୍ରକାଶ ପାଇଥିଲା। ଜମିର 6 ଫୁଟ ତଳେ ପାଇପ ଲାଇନ ନେବା ସମୟରେ ଚାଷକାମ ବ୍ୟାହତ ପାଇଁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏହା ପାଳନ ହେଉ ନଥିବା ଅଭିଯୋଗ କରି ଗ୍ରାମବାସୀ ଆଜି ଧାରଣାରେ ବସିଛନ୍ତି।। ସୂଚନାଯୋଗ୍ୟ ଯେ, ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ପାରାଦୀପରୁ ହାଇଦ୍ରାବାଦ 1212 କିଲୋମିଟର ପ୍ରଯନ୍ତ ପାଇପ ଲାଇନ ବିଛାଯାଉଛି। ସେଥିମଧ୍ୟରୁ ଓଡ଼ିଶାରେ 330 କିଲୋମିଟର ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 320 କିଲୋମିଟର ପାଇପ ଲାଇନ ବିଛା ସାରିଥିବା ବେଳେ ଅବଶିଷ୍ଟ 20 କିଲୋମିଟର ପାଇଁ ବିବାଦ ଦେଖା ଦେଇଥିଲା। ଯାହାକୁ ଢ଼ିଙ୍କିଆ ଗ୍ରାମବାସୀ ବିରୋଧ କରୁଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.