ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ନୂତନ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସ୍ଥିତି ସମୀକ୍ଷା କରିବା ସହ ଏସଭିଏମ୍ କଲେଜ ଷ୍ଟ୍ରଙ୍ଗ ରୁମ୍ ଅନୁଧ୍ୟାନ କରିଛନ୍ତି । ତିର୍ତ୍ତୋଲ ଉପନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।
ସମୀକ୍ଷା ସମୟରେ ଜିଲ୍ଲାପାଳ କହିଛନ୍ତି ଯେ ତିର୍ତ୍ତୋଲ ଉପନିର୍ବାଚନ ସଂକ୍ରାନ୍ତୀୟ ଯେକୌଣସି ଆପତ୍ତି ଜନସାଧାରଣ କରିବାକୁ ଚାହୁଁଥିବେ, ସେମାନେ ଟୋଲ୍ ଫ୍ରି ନଂ ୧୮୦୦୩୪୫୭୨୭୯ କିମ୍ବା ନିର୍ବାଚନ ଅଭିଯୋଗ କକ୍ଷରେ କରିପାରିବେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ