ETV Bharat / state

ବିଜେଡି ନେତା ଅମରେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ, ଜଗତସିଂହପୁରରେ ନିର୍ବାଚନ ରାଜନୀତି ଉଷ୍ମ

General Election 2024: ୨୦୨୪ ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 11, 2024, 11:58 AM IST

ଅମରେନ୍ଦ୍ର ଦାସଙ୍କ ଶକ୍ତି ପଦର୍ଶନ
General Election 2024
General Election 2024

ଜଗତସିଂହପୁର: ୨୦୨୪ ନିର୍ବାଚନକୁ ଫୋକସ । ଏବେଠୁ ସରଗରମ ନିର୍ବାଚନ ମଣ୍ଡଳୀ । ନିଜନିଜ ପତିଆରା ଜାହିର କରିବା ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ। ନିର୍ବାଚନ ଯେତେ ପାଖେଇ ଆସୁଛି ଜଗତସିଂହପୁରରେ ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଗତକାଲି ଜୋରଦାର ଶକ୍ତି ପ୍ରଦର୍ଶନ କରିଛନ୍ତି।

୫ ହଜାରରୁ ଅଧିକ କର୍ମୀଙ୍କ ବିରାଟ ପଟୁଆର ସହ ଅମରେନ୍ଦ୍ର ସ୍ଥାନୀୟ ଗାନ୍ଧୀଛକ ନିକଟରୁ ବାହାରି ସହର ପରିକ୍ରମା କରିଥିଲେ । ଏହା ପରେ ସ୍ଥାନୀୟ ଚର୍ଚିକା ବଜାର ନିକଟ ଏକ ପଡ଼ିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ କାଜୁ ନିଗମ ଅଧକ୍ଷ ଅମରେନ୍ଦ୍ର ଦାସ କହିଛନ୍ତି, " ବିଜୁ ଜନତା ଦଳ ସରକାର ସମୟରେ ଯେଉଁ ଉନ୍ନତି ହୋଇଛି ତାହା ଅନ୍ୟ ସରକାର ସମୟରେ ହୋଇ ନଥିଲା । ସ୍କୁଲ, କଲେଜ ଧର୍ମାନୁଷ୍ଠାନ ଆଦିକୁ ଅକୁଣ୍ଠିତ ଭାବେ ଅର୍ଥ ପ୍ରଦାନ କରାଯାଉଛି। ମହିଳାମାନଙ୍କ ବିକାଶ ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି ।" ଏଥିସହ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରି ଅମରେନ୍ଦ୍ର କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚିଛି। କିନ୍ତୁ ଏହାରି ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସେ ପରୋକ୍ଷ ଶାଣିତ ଆକ୍ରମଣ କରିଥିଲେ। ନାଁ ନ ନେଇ ଅମରେନ୍ଦ୍ର ପାଞ୍ଚ ବର୍ଷ ଭିତରେ ଜଗତସିଂହପୁରର କୌଣସି ଉନ୍ନତି କରାଯାଇନାହିଁ ବୋଲି କହିଛନ୍ତି ।

ବନ୍ୟା ସମୟରେ ଲୋକେ ପାଣି ଘେରରେ ଥିବାବେଳେ ବିଧାୟକ କେଉଁଠି ମାଟି ପଡିବ, କେଉଁଠି ବାଲିବସ୍ଥା ପଡିବ ଓ ସେଠାରୁ ପଇସା ଆଦାୟ କରିବାରେ ବ୍ୟସ୍ଥ ରହିଲେ। ସାଧାରଣ ଲୋକଙ୍କ ପାଖକୁ ଗଲେ ନାହିଁ। ଫଳରେ ଜନ ଅସନ୍ତୋଷ ଉଗ୍ର ହେଲାଣି। ଆଗାମୀ ଦିନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କହିଥିଲେ। ସରକାରଙ୍କ ଯେଉଁ ଜନାହିତକର ଯୋଜନା ମାନ ରହିଛି ତାହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିନାହିଁ। ବିଧାୟକ ଥାଇ ମଧ୍ୟ ଜନ ସମ୍ପର୍କ ପଦଯାତ୍ରା କରାଗଲା ନାହିଁ। ରାଜ୍ୟର ଶୀର୍ଷ ନେତୃତ୍ୱ ଏ ସମ୍ପର୍କରେ ଅବଗତ ଅଛନ୍ତି। ଆଗାମୀ ଦିନରେ ବିଜେଡି କର୍ମୀମାନେ ଏହାର ଦୃର୍ଢ଼ ଜବାବ ଦେବେ ବୋଲି ଅମରେନ୍ଦ୍ର କହିଥିଲେ।

ଏହା ମଧ୍ୟ ପଢନ୍ତୁ- 2019 ନିର୍ବାଚନ ଫଳାଫଳ ଯନ୍ତ୍ରଣାଦାୟକ ଥିଲା, 2024ରେ କଂଗ୍ରେସର ଆସନ ବୃଦ୍ଧି ପାଇବ: ଗଣେଶ୍ବର ବେହେରା

ଅମରେନ୍ଦ୍ରଙ୍କ ଏହି ଶକ୍ତି ପ୍ରଦର୍ଶନ ପରେ ଜଗତସିଂହପୁର ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ହଜାର ହଜାର ଲୋକଙ୍କ ଭିଡ଼ ଯୋଗୁଁ ଜଗତସିଂହପୁର ପୋଲିସ ନୟାନ୍ତ ହୋଇଥିଲା। ଗାନ୍ଧୀ ଛକଠାରୁ ପୋଷ୍ଟ ଅଫିସ ଛକ ଦେଇ ଚର୍ଚ୍ଚିକା ବଜାର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ 5ଘଣ୍ଟା ଧରି ପ୍ରବଳ ଜାମ ହେବା ସହିତ 5 କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଗାଡି ମଟର ଅଟକି ରହିଥିଲା । ଅନ୍ୟପଟେ ଅମରେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନକୁ ନେଇ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.