ETV Bharat / state

ମାଡମାରି ଲାଟିନ ପାଣି ପିଇବାକୁ କହିବା ଘଟଣାରେ Police SI ନିଲମ୍ବିତ - police SI

ଅଭିଯୋଗକାରୀଙ୍କୁ ମାଡ ମାରି ଲାଟିନ ପାଣି ପିଇବାକୁ କହିବା ଘଟଣାରେ ତିର୍ତ୍ତୋଲ ଥାନା ଏସଆଇକୁ ନିଲମ୍ବିତ କଲେ ଜଗତସିଂହପୁର ଏସପି। ଅଧିକ ପଢନ୍ତୁ…

police SI suspended in connection with the beating and drinking Latin water
ମାଡ ମାରିବା ଓ ଲାଟିନ ପାଣି ପିଆଇବା ଘଟଣାରେ Police SI ନିଲମ୍ବିତ
author img

By

Published : Jun 18, 2021, 9:20 PM IST

ଜଗତସିଂହପୁର: ମାଡ ମାରି ଲାଟିନ ପାଣି ପିଇବାକୁ କହିବା ଘଟଣାରେ ପୋଲିସ ଏସଆଇ ନିଲମ୍ବିତ । ବହୁଚର୍ଚ୍ଚିତ ତିର୍ତ୍ତୋଲ ଥାନା ଏସଆଇ ଅନିରୁଦ୍ଧ ନାୟକଙ୍କ ବିରୋଧରେ ଆସିଥିବା ମାଡ ମାରିବା ଓ ଲାଟିନ ପାଣି ପିଇବାକୁ କହିବା ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ଜଗତସିଂହପୁର ଏସପି ଆର ପ୍ରକାଶ ଅନିରୁଦ୍ଧଙ୍କୁ ନିଲମ୍ବନ କରିଛନ୍ତି।

ମାଡ ମାରିବା ଓ ଲାଟିନ ପାଣି ପିଆଇବା ଘଟଣାରେ Police SI ନିଲମ୍ବିତ

ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ଥାନା ଏସଆଇ ଅନିରୁଦ୍ଧ ନାୟକ କୃଷ୍ଣାନନ୍ଦପୁର ଗ୍ରାମର ରଶ୍ମିକାନ୍ତ ସାହୁ ନାମକ ଜଣେ ଯୁବକ ଘରୋଇ କଳିକୁ ନେଇ ଏତଲା ଦେବାକୁ ଆସିଥିଲେ । ଏହି ସମୟରେ ଏସଆଇ ଅନିରୁଦ୍ଧ ତାଙ୍କୁ ବିନା କାରଣରେ ମାଡ଼ ମାରିବା ସହିତ ତଳେ ପକାଇ ତାଙ୍କ ଉପରେ ଚଢ଼ି ଯାଇଥିଲେ। ଫଳରେ ମାଡ଼ ଖାଇଥିବା ରଶ୍ମିକାନ୍ତ ପାଣି ମାଗିବା ବେଳେ ତାଙ୍କ ସମ୍ପୃକ୍ତ ଏସଆଇ ଲାଟିନ ପାଣି ପିଆଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ରଶ୍ମିକାନ୍ତ ସାହୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଆସି ଗତ 15 ତାରିଖରେ ଏସପି ଆର ପ୍ରକାଶଙ୍କୁ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଏସପି ଆର ପ୍ରକାଶ ଅଭିଯୁକ୍ତ ଏସଆଇଙ୍କୁ ନିଲମ୍ବିତ କରିଛନ୍ତି।

ତେବେ ଅନିରୁଦ୍ଧଙ୍କ ନାମରେ ଆଗରୁ ମଧ୍ୟ ଏକାଧିକ ଅଭିଯୋଗ ରହିଛି। ପୂର୍ବରୁ 2017 ମସିହାରେ ସଂପୃକ୍ତ ଏସଆଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଥିବାବେଳେ ଏକ ନିର୍ଦ୍ଧିଷ୍ଟ ବର୍ଗ ଲୋକଙ୍କୁ ମାଡ଼ ମାରିଥିଲେ । ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାସହ ଉତ୍ତ୍ୟକ୍ତ ଲୋକେ ଫାଣ୍ଡିକୁ ପୋଡି ଦେଇଥିଲେ। ଏହି ଭଳି ଏକାଧିକ ବାର ଆଇନକୁ ହାତକୁ ନେଇଥିବା ନଜିର ରହିଛି। ଏହି ଘଟଣା ପରେ ସଂପୃକ୍ତ ଏସଆଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.