ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ପ୍ରତିଷ୍ଠା ହେବ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ । ପାରାଦ୍ବୀପ ଠାରେ ଥିବା ଆଇଓସିଏଲରେ ଏହି ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ପ୍ରତିଷ୍ଠା ହେବ । ଏନେଇ 61,077 କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) । ଆଇଓସିଏଲ ବୋର୍ଡର ପ୍ରଥମ ପର୍ଯ୍ୟାୟ ବୈଠକରେ ଅନୁମୋଦନ ହୋଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଆଇଓସିଏଲ ।
ପାରାଦ୍ବୀପ ଠାରେ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ 61 ହଜାର 77 କୋଟି ଖର୍ଚ୍ଚ ହେବ । ଏହା ବଢି ଆଗାମୀ ଦିନରେ 1ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହି ପ୍ରକଳ୍ପର କାର୍ଯ୍ୟ 2 ବର୍ଷରୁ 5 ବର୍ଷ ମଧ୍ୟରେ ଶେଷ ହେବ । ଏହା ପୂର୍ବ ଭାରତର ସର୍ବ ବୃହତ ପ୍ରକଳ୍ପ । ପାରାଦ୍ବୀପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୀତିରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ । ସେହିପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ବେଶ ସହାୟକ ହୋଇ ପାରିବ । ଇଣ୍ଡିଆନ ଅଏଲ ବୋର୍ଡ ପକ୍ଷରୁ ପାରାଦ୍ବୀପ ଠାରେ ପେଟ୍ରୋ କେମିକାଲ୍ସ କପ୍ଲେକ୍ସ ଆରମ୍ଭ ହେବାକୁ ନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ପାରାଦ୍ବୀପରେ ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ଓ ଏଥିପାଇଁ କ୍ୟାବିନେଟରେ ପ୍ରସ୍ତାବ ରହିଛି ।
-
Today, #IndianOil Board accorded Stage-I approval to set up Paradip Petrochemical Complex at a cost of Rs 61,077 Crore. This is our largest ever investment at a single location & aligns with Hon'ble PM @narendramodi's vision of #Purvodaya for fueling prosperity in Eastern India. pic.twitter.com/IKRQCGwL4H
— Indian Oil Corp Ltd (@IndianOilcl) March 21, 2023 " class="align-text-top noRightClick twitterSection" data="
">Today, #IndianOil Board accorded Stage-I approval to set up Paradip Petrochemical Complex at a cost of Rs 61,077 Crore. This is our largest ever investment at a single location & aligns with Hon'ble PM @narendramodi's vision of #Purvodaya for fueling prosperity in Eastern India. pic.twitter.com/IKRQCGwL4H
— Indian Oil Corp Ltd (@IndianOilcl) March 21, 2023Today, #IndianOil Board accorded Stage-I approval to set up Paradip Petrochemical Complex at a cost of Rs 61,077 Crore. This is our largest ever investment at a single location & aligns with Hon'ble PM @narendramodi's vision of #Purvodaya for fueling prosperity in Eastern India. pic.twitter.com/IKRQCGwL4H
— Indian Oil Corp Ltd (@IndianOilcl) March 21, 2023
ଏହା ବି ପଢନ୍ତୁ...ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ
ଏହା ବି ପଢନ୍ତୁ...ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ ୨୦୨୩: ଦର୍ଶକଙ୍କୁ ବାନ୍ଧି ରଖିଲା ଉର୍ଦ୍ଦୁ ନାଟକ
-
#OdishaCabinet approved a special package of incentives for @IndianOilcl to improve viability of Paradip petrochemical complex. It will support development of downstream industries and give boost to employment in #Odisha. #MakeInOdisha https://t.co/Zv3toDX6AY
— CMO Odisha (@CMO_Odisha) March 22, 2023 " class="align-text-top noRightClick twitterSection" data="
">#OdishaCabinet approved a special package of incentives for @IndianOilcl to improve viability of Paradip petrochemical complex. It will support development of downstream industries and give boost to employment in #Odisha. #MakeInOdisha https://t.co/Zv3toDX6AY
— CMO Odisha (@CMO_Odisha) March 22, 2023#OdishaCabinet approved a special package of incentives for @IndianOilcl to improve viability of Paradip petrochemical complex. It will support development of downstream industries and give boost to employment in #Odisha. #MakeInOdisha https://t.co/Zv3toDX6AY
— CMO Odisha (@CMO_Odisha) March 22, 2023
ଆଇଓସିଏଲର ଏହି ଟ୍ବିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଣ୍ଡିଆନ ଅଏଲ ପକ୍ଷରୁ ଓଡ଼ିଶାରେ ବୃହତ ପୁଞ୍ଜି ନିବେଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ''ପାରାଦ୍ବୀପରେ ପେଟ୍ରୋକେମିକାଲ୍ସ ପାଇଁ ଓଡିଶା କ୍ୟାବିନେଟ ପ୍ରୋତ୍ସାହନ ରାଶିର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛି । ଏହି ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ଶିଳ୍ପର ବିକାଶରେ ସହାୟକ ହେବ ଏବଂ ଓଡିଶାରେ ନିଯୁକ୍ତି ବୃଦ୍ଧି କରିବ ।''
ରାଜ୍ୟରେ ଶିଳ୍ପର ବିକାଶ ହେବାକୁ ଯାଉଛି । ପାରାଦ୍ବୀପରୁ ଆରମ୍ଭ ହେବ ଏହି ଯାତ୍ରା । ଏହା ସର୍ବାବୃହତ ବିନିଯୋଗ ବୋଲି କହିଛି ଆଇଓସିଏଲ । ପଣ୍ୟ କାରବାରରେ ମଧ୍ୟ ପାରାଦ୍ବୀପ ନୂଆ ରେକର୍ଡ ସୃଷ୍ଟି କରିଛି ।
ଇଟିଭି ଭାରତ, ଜଗତସିଂହପୁର