ETV Bharat / state

ମହାତାଣ୍ଡବକୁ 20ବର୍ଷ: ମହାପ୍ରଳୟରେ ଛାରଖାର ଜଗତସିଂହପୁର

author img

By

Published : Oct 30, 2019, 12:04 AM IST

Updated : Oct 30, 2019, 12:50 AM IST

ସେଦିନ ଥିଲା 1999 ମସିହା ଅକ୍ଟୋବର 29 ଶୁକ୍ରବାର । ଅଚାନକ ଲ୍ୟାଣ୍ଡଫଲ କଲା ବାତ୍ୟା ଆଉ ତା’ ପରେ ବିଭୀଷିକା । ପ୍ରକୃତି ତାଣ୍ଡବରେ ହାର ମାନିଥିଲା ମଣିଷ ।

ମହାପ୍ରଳୟରେ ଛାରଖାର ଜଗତସିଂହପୁର

ଜଗତସିଂହପର: ସମୟ ବଦଳିଛି । ବିତିଯାଇଛି 20 ବର୍ଷ । ଆସିଛି କେତେ ପ୍ରାକୃତିକ ବିପର୍ଯ୍ୟୟ । ଫାଇଲିନ, ହୁଡହୁଡ, ତିତଲି । ଅଣ୍ଟା ଭାଙ୍ଗିଛି, ପୁଣି ସଳଖିଛି । ଲୋକେ କାନ୍ଦିଛନ୍ତି । ଲୁହ ପୋଛି ପୁଣି ଘର ସଜାଡିଛନ୍ତି । କିନ୍ତୁ ଲିଭିନି ସେଦିନର ଲୁହ । ବଦଳିନି ସେ ସମୟର ଚିତ୍ର ।

ମହାପ୍ରଳୟରେ ଛାରଖାର ଜଗତସିଂହପୁର

ଆଜି ବି ମନେପଡେ ସେହି ଗର୍ଜନ । ଆଜି ବି ଆଖି ସାମନାରେ ଭାସିଉଠେ ସେହି କରାଳ ରୂପ । ସମୟ ବଦଳିଛି ହେଲେ ଛାପ ଛାଡିଯାଇଛି । ଆମେ କହୁଛୁ 20 ବର୍ଷ ତଳର କାହାଣୀ । ଯେଉଁ କାଳରାତିକୁ ଜଗତସିଂହପୁରବାସୀ କେବେବି ଭୁଲିପାରିବେନି । ସେଦିନ ଥିଲା 1999 ମସିହା ଅକ୍ଟୋବର 29 ଶୁକ୍ରବାର । ଅଚାନକ ଲ୍ୟାଣ୍ଡଫଲ ବାତ୍ୟା ଆଉ ତା’ ପରେ ବିଭୀଷିକା । ପ୍ରକୃତିର ତାଣ୍ଡବରେ ହାର ମାନିଥିଲା ଜୀବଜଗତ ।

କାଲି ଭଳି ଲାଗୁଛି । ହଠାତ ପ୍ରଳୟଙ୍କରୀ ପବନ । 100 କି 200 ନୁହେଁ, 280 କିଲୋମିଟର ବେଗ । ମାଡିଆସିଲା 30 ଫୁଟ ଉଚ୍ଚ ଜୁଆର । କିଛି ଭାବିବା ପୂର୍ବରୁ ମାଟିରେ ମିଶିଗଲା ଘରଦ୍ଵାର । ଚାଲିଗଲା ହଜାର ହଜାର ଜୀବନ । ନିଶ୍ଚିହ୍ନ ହୋଇଗଲା ଜପା ପଞ୍ଚାୟତର ଦହିବର, ଆମ୍ବିକି, କାଙ୍କଣ ଗ୍ରାମ । ପ୍ରାଣ ହରାଇଲେ 1600ରୁ ଅଧିକ ଲୋକ । ବର୍ତ୍ତି ପାରିଲେନି ହଜାର ହଜାର ପଶୁପକ୍ଷୀ ।ଛାରଖାର ହୋଇଗଲା କେନ୍ଦ୍ରାପଡା ଓ ଜଗତସିଂହପୁର । ପ୍ରଭାବିତ ହେଲେ 10 ଲକ୍ଷ ଲୋକ ।

ଚାହୁଁଚାହୁଁ ବିତିଗଲା ସମୟ । କିନ୍ତୁ ଆଜି ବି ମନେପଡିଲେ ଟାଙ୍କୁରି ଉଠେ ଲୋମ । ଥରିଉଠେ ଛାତି । ଲିଭିଯାଇଛି କେତେ ସିନ୍ଦୂର । ଆତ୍ମୀୟଙ୍କୁ ହରାଇଛନ୍ତି ଅନେକ ପରିବାର । ସେପଟେ ଆଜିବି ବାତ୍ୟା ନାଁ ଶୁଣିଲେ ଶିହରି ଉଠନ୍ତି ଜଗତସିଂହପୁରବାସୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:anchor_ ଜଗତସିଂହପୁର ,ସେଦିନ ଥିଲା 1999 ମସିହା ଅକ୍ଟୋବର 29 ତାରିଖ।ଶୁକ୍ରବାର ବାର, ଆଜିବି ସେହି କଳା ଦିନକୁ ଭୁଲି ପାରିନାହାନ୍ତି ଏରସମା ବସି।ହଟାତ ଆରମ୍ଭ ହେଲା ପ୍ରଳୟଙ୍କର ପବନ, 100 କି 200 ବେଗରେ ନୁହେଁ 280,କିଲୋମିଟର ବେଗରେ ପବନ।କିଛି ନ ଜାଣିବା ପୃର୍ବରୁ ଉଜାଡି ଦେଲା ଘରଦ୍ଵାରା, ନେଇ ଗଲା ହଜାର ହଜାର ଜୀବନ। ନିଛିନ ହୋଇ ଗଲା ଜାପା, ପଂଚାୟତ ର ଦହିବର, ଅମ୍ବିକି କାଙ୍କଣ ଆଦି ଗ୍ରାମ ।ଏହି ଗ୍ରାମ ରୁ ଜଣେ ବି କେହି ରହିଲେନି।ପ୍ରାଣ ହରାଇଥିଲେ 16 ସହ ରୁ ଅଧିକ ଲୋକ। ମହାବାତ୍ୟା, କେତେ ନାରୀ ଙ୍କ ମୁଣ୍ଡରୁ ସିନ୍ଦୁର ପୋଛି ଦେଲା ତ ଆଉ କେତେ ମା, କୁ କରିଦେଲା ପୁତ୍ର ହାର। ଆଜିବି ସେ କଥା ମନପଡି ଲେ ଲୋକଙ୍କ ଆଖି ରେ ଆସିଯାଏ ଲୁହ।
VO_1
ମହାବାତ୍ୟା କୁ ଆଜି 20 ବର୍ଷ ପୁରିଛି। ସେଦିନ ପାଣିପାଗ ବିଭାଗ ସୂଚନା ଥିଲା ଏହିଭଳି,ଅଣ୍ଡାମାନ ନିକଟରେ ସେହିମାସ 25ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଥିଲା।କ୍ରମଶଃ ଭୟଙ୍କର ପ୍ରଳୟଙ୍କରୀ ବନ୍ୟା ରୂପେ ଓଡ଼ିଶା ମୁଁହା ହୋଇଥିଲା। ଅକ୍ଟୋବର 29 ,ସକାଳ 10,30 ମି ରେ ଏରସମା ଅଂଚଳରେ ଲ୍ୟାଣ୍ଡ ଫଲ କରିଥିଲା। ସେତବେଳକୁ ପବନ ର ବେଗ ଥିଲା 260 ରୁ 280 କିଲୋମିଟର। ତାହା ସାଙ୍ଗକୁ 30 ଫୁଟ ଉଞ୍ଚ ର ଜୁଆର ମାଡି ଆସିଥିଲା।
VO_2
ସେଦିନ ର ସେ ମହାବାତ୍ୟା ରେ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲା ବ୍ୟାପକ ଭାବରେ ଖେୟ କ୍ଷତି ହୋଇଥିଲା। ହଜାର ହଜାର ଗୋରୁ ଗୋରୁ ଗାଈ ପ୍ରାଣ ହରାଇଥିଲେ।ଛାରଖାର ହୋଇ ଯାଇଥିଲା ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା।ହଜାର ହଜାର କାଚ ଘର ମାଟିରେ ମିଶି ଯାଇଥିଲା।ପ୍ରଭାବିତ ହୋଇଥିଲେ ପ୍ରାୟ10 ଲକ୍ଷ ଲୋକ।
fainal_vo
ଚଂହୁ ଚଂହୁ ଆଜିକୁ 20 ବର୍ଷ ବିତିଗଲାଣି।ତଥାପି କାନ୍ଦୁଛି ମା ଟିଏ। ଖୋଜୁଛି ତା ପୁଅକୁ। ସେଦିନର କଥାମନ ପକାଇ ହରାଇଥିବା ସ୍ଵାମୀ ର ସ୍ମୃତି କୁ ଧରି କାନ୍ଦି ଉଠୁଛି ବଞ୍ଚି ଯାଇଥିବା ପତ୍ନୀ ଟିଏ।

Body:all byt
gramabasi _japa

Conclusion:1999 ମହାବାତ୍ୟା କୁ ନେଇ ସୋତନ୍ତ୍ର ରିପୋର୍ଟ
ସୁଶାନ୍ତ କୁମାର ପାତ୍ର
ଜଗତସିଂହପୁର
Last Updated : Oct 30, 2019, 12:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.