ETV Bharat / state

ଅଧାରେ ଅଟକିଛି ରାସ୍ତା କାମ, ଧୂଳିଧୂସରେ ନାକେଦମ ଲୋକ - ଜଗତସିଂହପୁର- ରଘୁନାଥପୁର ରାସ୍ତା

ଜଗତସିଂହପୁରରୁ ରଘୁନାଥପୁରକୁ ଯୋଡୁଥିବା ମୁଖ୍ୟରାସ୍ତା ଅବସ୍ଥା କହିଲେ ନ ସରେ । ରାସ୍ତା କାମ ଅଧାରେ ପଡିଥିବାରୁ ଧୂଳିରେ ଧୂଆଁମୟ ହୋଉଛି ସ୍ଥାନୀୟ ଅଞ୍ଚଳ । ବାରମ୍ବାର ଅଭିଯୋଗ କରିବା ପରେ ବି କାନରେ ପରଦା ପକାଇଛି ପ୍ରଶାସନ । ଅଧିକ ପଢନ୍ତୁ...

ଅଧାପନ୍ତରିଆ ହୋଇ ପଡିଛି ରାସ୍ତା କାମ,
ଅଧାପନ୍ତରିଆ ହୋଇ ପଡିଛି ରାସ୍ତା କାମ,
author img

By

Published : Nov 14, 2021, 4:32 PM IST

ଜଗତସିଂହପୁର: ରାସ୍ତାର ଅବସ୍ଥା କହିଲେ ନ ସରେ । ରାସ୍ତା ଆରମ୍ଭରୁ ଶେଷ ଯାଏଁ ବଡ ବଡ ଖାଲ । ଗାଡି ଯିବାମାତ୍ରେ ଧୂଳିରେ ଧୂଆଁମୟ ହେଉଛି ସ୍ଥାନୀୟ ଅଞ୍ଚଳ । ସିମେଣ୍ଟ ଗୁଣ୍ଡ ପରି ଉଡୁଛି ଧୂଳି । ଜଗତସିଂହପୁରରୁ ରଘୁନାଥପୁରକୁ ଯୋଡୁଥିବା ମୁଖ୍ୟରାସ୍ତାର ଏପରି ଅବସ୍ଥା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକ । ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ରାସ୍ତାକାମ ଶୀଘ୍ର ସାରିବାକୁ କହିଲେ ବି କାନରେ ପରଦା ପକାଇଛନ୍ତି ବିଭାଗୀୟ ଅଧିକାରୀ ।

ଅଧାପନ୍ତରିଆ ହୋଇ ପଡିଛି ରାସ୍ତା କାମ,

୪୦ଟି ପଞ୍ଚାୟତର 2 ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ । ରାସ୍ତା ଖରାପ ହେବାରୁ ମରାମତି ପାଇଁ ପୂର୍ତ୍ତ ବିଭାଗ ଗତ ଫେବୃଆରୀରେ ଏକ ଘରୋଇ ନିର୍ମାଣକାରୀ ସଂସ୍ଥାକୁ ଟେଣ୍ଡର ଦେଇଥିଲା । ୧୧ କିଲୋମିଟର ୪ ଶହ ମିଟର ରାସ୍ତା ଥିବାବେଳେ ନିର୍ମାଣ ପାଇଁ ୬କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ହେଲେ ରାସ୍ତାକୁ ଖାଲି ଖୋଳି ଦେଇ ବସିପଡିଛି ନିର୍ମାଣକାରୀ ସଂସ୍ଥା । ଫଳରେ ଯାତାୟତରେ ସମସ୍ୟା ଭୋଗୁଛନ୍ତି ଲୋକେ । ଖାଲି ସେତିକି ନହେଁ ରାସ୍ତା କଡରେ ଥିବା ଦୋକାନୀଙ୍କ ଅବସ୍ଥା ବି ଖରାପ ହୋଇଛି । ଗାଡିଟିଏ ଗଲା ମାତ୍ରେ ଏତେ ଧୂଳି ଉଡୁଛି ଯେ ସବୁ ଧୂଳି ଦୋକାନରେ ପଶୁଛି । ଦୋକାନ ବାରଣ୍ଡାରୁ ନେଇ ଜିନିଷପତ୍ର ସବୁଥିରେ ବହଳ ବହଳ ଧୂଳି ଜମୁଛି । ଗଛପତ୍ରରେ ଜମା ହୋଇ ରହିଥିବା ଧୂଳିକୁ ଦେଖିଲେ ଅନୁମାନ କରିହେବ କେତେ ପରିମାଣର ଧୂଳି ଉଡୁଛି । ଧୂଳି ପାଇଁ ଲୋକଙ୍କୁ ନିଶ୍ବାସ ନେବା ବି କଷ୍ଟକର ହୋଇଛି। ଦୀର୍ଘଦିନ ଧରି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ରୋଗୀସେବା ମଧ୍ୟ ପ୍ରଭାବିତ ହୋଇଛି ।

ରାସ୍ତା ନିର୍ମାଣ କାମ ଜୁଲାଇ ୩୧ ତାରିଖ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଥିଲା । ହେଲେ ବାସ୍ତବରେ ତାହା କରାଯାଇ ନଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ରାସ୍ତାକୁ ଦୁଇମାସ ଧରି ଖୋଳି ପକାଇ ରଖିଛି । ଧୂଳି ନ ଉଡିବା ପାଇଁ ମଝିରେ ବିଭାଗ ପକ୍ଷରୁ ପାଣି ସିଞ୍ଚନ କରାଯାଉଥିଲା ଏବେ ସେତକ ବି ବନ୍ଦ । ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ଲୋକଙ୍କୁ କିଛି ସୁଫଳ ମିଳୁନାହିଁ । ରାସ୍ତା କାମ ଶୀଘ୍ର ନ ସରିଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ । ଲୋକଙ୍କ ସମସ୍ୟାକୁ ନେଇ ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି । ହେଲେ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ। ସେପଟେ ଖୁବ ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ଜିଲ୍ଲା ପୂର୍ତ୍ତ ବିଭାଗର ନିର୍ବାହୀ ଅଧିକାରୀ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.