ETV Bharat / state

ବୀମାରାଶିର ୫୦ ପ୍ରତିଶତ ଅର୍ଥ ମାଗିଲେ ଆଇନଜୀବୀ, ଘେରିଲେ ଲୋକେ - ଜଗତସିଂହିପୁର ସହରରେ ଉତ୍ତେଜନା

ସହରର ହାଟ ବଜାରରେ ଉତ୍ତେଜନା ଦେଖାଦେଇଛି । ୨୦୧୯ରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିକଟରେ ଦୀପକ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଧିକ ପଢ଼ନ୍ତୁ

ବୀମାରାଶିର ୫୦ ପ୍ରତିଶତ ଅର୍ଥ ମାଗିଲେ ଆଇନଜୀବୀ, ଘେରିଲେ ଲୋକେ

author img

By

Published : Apr 12, 2022, 6:14 PM IST

ଜଗତସିଂହପୁର: ସହରର ହାଟ ବଜାରରେ ଉତ୍ତେଜନା ଦେଖା ଦେଇଛି । ୨୦୧୯ରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିକଟରେ ଦୀପକ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୧୩ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଏକ ବୀମା କମ୍ପାନୀରୁ କ୍ଷତିପୂରଣ ଦାବି କରିଥିଲେ ଗୁରୁତର ଆହତ ବ୍ୟକ୍ତି । ଏହାକୁ ନେଇ ଅଦାଲତରେ ଏକ ମାମଲା ରୁଜୁ ହୋଇଥିଲା ।

ବୀମାରାଶିର ୫୦ ପ୍ରତିଶତ ଅର୍ଥ ମାଗିଲେ ଆଇନଜୀବୀ, ଘେରିଲେ ଲୋକେ

ଏହି ଘଟଣାରେ କଟକର ଜଣେ ଆଇନଜୀବୀ ଅଦାଲତରେ ଏହି ମାମଲାର ପରିଚାଳନା କରୁଥିଲେ । ଏ ବାବଦରେ ବୀମା କମ୍ପାନୀକୁ ଗୁରୁତର ଆହତଙ୍କୁ କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଆଇନଜୀବୀ ଜଣକ କ୍ଷତିପୂରଣ ପାଇବାକୁ ଥିବା ଲୋକଙ୍କଠାରୁ ବିଭିନ୍ନ ଦସ୍ତାବିଜ୍‌ କରାଇ ଦେବା ନାଁରେ କନ୍ଧମାଳରୁ କଟକ ଡକାଇଥିଲେ । ସେଠାରେ ସେମାନଙ୍କୁ ଜଗତସିଂହପୁର ନେଇଯାଇଥିଲେ ।

ସେଠାରେ ଜଗତସିଂହପୁରର ୟୁନିୟନ ବ୍ୟାଙ୍କ ହାଟ ବଜାର ଶାଖାକୁ ଯାଇ ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କ କ୍ଷତିପୂରଣ ଅର୍ଥରୁ ୫୦ ପ୍ରତିଶତ ଅର୍ଥ ଦାବି କରିଥିଲେ ଆଇନଜୀବୀ । ଏଥିରେ ରାଜି ନହେବାରୁ ଆଇନଜୀବୀ ଜଣକ ଲୋକଙ୍କୁ ଧମକଚମକ ଦେଇଥିଲେ । ଥାନାରେ ଅଭିଯୋଗ ହେବାପରେ ଆଇନଜୀବୀ ସେଠାରୁ ଖସି ପଳାଇଥିବାବେଳେ ତାଙ୍କ ସହଯୋଗୀଙ୍କୁ ଅଟକ ରଖିଥିଲେ ବୀମାରାଶି ପାଇବାକୁ ଥିବା ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନଜୀବୀଙ୍କ ସହଯୋଗୀଙ୍କୁ ଉଦ୍ଧାର କରିବା ସହ ପଚରାଉଚୁରା ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.