ETV Bharat / state

ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କ ଏନକାଉଣ୍ଟର ମାମଲାରେ ଆଇନଜୀବିଙ୍କ ପ୍ରତିକ୍ରିୟା

author img

By

Published : Dec 7, 2019, 5:25 AM IST

ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତଙ୍କ ଏନକାଉଣ୍ଟର ଘଟଣା । ଜଗତସିଂହପୁର ଓ ପାରାଦୀପ ଅଞ୍ଚଳର ବହୁ ଆଇନଜୀବୀ ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

Paradip and jagatsinghpur lawyers reaction
ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତଙ୍କ ଏନକାଉଣ୍ଟର ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗତସିଂହପୁର ଓ ପାରାଦୀପ ଅଞ୍ଚଳର ବହୁ ଆଇନଜୀବି ମଧ୍ୟ ଉକ୍ତ ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସେମାନଙ୍କ କହିବାନୁସାରେ, ହାଇଦ୍ରାବାଦ ପୋଲିସ ଉପରକୁ 4 ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଫଳରେ ପୋଲିସ ନିଜ ଆତ୍ମରକ୍ଷା ପାଇଁ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲା । ଏଥିରେ କିଛି ଆଇନଗତ ପ୍ରତିବନ୍ଧକ ନାହିଁ । ବରଂ ଉକ୍ତ ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସକୁ ସାବାସୀ ଦେବାର ଆବଶ୍ୟକତା ରହିଛି । ଶୁକ୍ରବାର ସକାଳୁ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଜଗତସିଂହପୁର ବାର ଆସୋସିଏସନ ପକ୍ଷରୁ ଜିଲ୍ଲା ସମସ୍ତ ଆଇନଜୀବି ଏକତ୍ରିତ ହୋଇଥିଲେ । ଏଥିସହିତ ପୀଡ଼ିତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ହାଇଦ୍ରାବାଦ ପୋଲିସକୁ ଧନ୍ୟବାଦ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:111Body:2222Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.