ETV Bharat / state

Panchayat Poll: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜଗତସିଂହପୁର ପ୍ରଶାସନ ପ୍ରସ୍ତୁତ - ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜଗତସିଂପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମତଦାନ ହେବ। ଆସନ୍ତାକାଲି (ରବିବାର) ବିରିଡି ବ୍ଲକ ଓ ତିର୍ତ୍ତୋଲ ବ୍ଲକର 1ଲକ୍ଷ 37 ହଜାର ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟ ମତଦାନ  ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : Feb 19, 2022, 9:42 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି (ରବିବାର) ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବ । କାଲି ଜିଲ୍ଲାର ଦୁଇଟି ବ୍ଲକରେ ମତଦାନ ଅନୁଷ୍ଠିତ ହେବ। ଯାହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ବିରିଡି ବ୍ଲକର 21ଟି ପଞ୍ଚାୟତର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ତିର୍ତ୍ତଲ ବ୍ଲକର 29 ଟି ପଞ୍ଚାୟତ ଓ 4ଟି ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ବିରିଡି ବ୍ଲକରେ 21 ଟି ପଞ୍ଚାୟତ ରେ 339 ଟି ବୁଥ କରାଯାଇଥିବା ବେଳେ ତିର୍ତ୍ତଲ ବ୍ଲକର 29 ଟି ପଞ୍ଚାୟତ ପାଇଁ 479 ଟି ବୁଥରେ ମତଦାନ ହେବ। ବିରିଡି ବ୍ଲକର 67 ହଜାର 434 ଜଣ ଓ ତିର୍ତ୍ତଲ ବ୍ଲକର 1ଲକ୍ଷ 37 ହଜାର ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ବିରିଡି ବ୍ଲକ ର 21 ଟି ପଞ୍ଚାୟତରେ 2 ଟି ଜିଲା ପରିଷଦ ଆସନ ପାଇଁ 10 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ 68 ଜଣ ସମିତି ସଭ୍ୟ, 76 ଜଣ ସରପଞ୍ଚ ଓ 532 ଜଣ ୱାର୍ଡ ମେମ୍ବର ପ୍ରତିଦ୍ବନ୍ଦିତା କରୁଛନ୍ତି।

ସେହିଭଳି ତିର୍ତ୍ତଲ ବ୍ଲକରେ 29 ଟି ପଞ୍ଚାୟତରେ 4ଟି ଜିଲା ପରିଷଦ ଆସନ ପାଇଁ 15 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିବାବେଳେ 95 ଜଣ ସମିତି ସଭ୍ୟ,116 ଜଣ ସରପଞ୍ଚ ଓ 822 ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ତିର୍ତ୍ତଲ ବ୍ଲକରେ 86 ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିବା ବେଳେ 5ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ବିରିଡି ବ୍ଲକରେ 51 ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ନିର୍ବାଚନକୁ ପରିଚାଳନା କରିବା ପାଇଁ 1017 ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.