ETV Bharat / state

ପାରାଦୀପରେ ମଦ କୁଡ଼ିଆ ଯୋଜନାକୁ ବିଭିନ୍ନ ସଙ୍ଗଠନର ବିରୋଧ - Commercial Historical Place

ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ବିରୋଧ କରିଛି ନିଶାମୁକ୍ତି ଓଡ଼ିଶା ଓ ଆଦର୍ଶ ପ୍ରୟାସ ସଙ୍ଗଠନ । ଏନେଇ ବିଶାଳ ଶୋଭାଯାତ୍ରାରେ ବାହାରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର । ଅଧିକ ପଢନ୍ତୁ...

ପାରାଦୀପରେ ମଦ କୁଡ଼ିଆ ଯୋଜନାକୁ ବିଭିନ୍ନ ସଙ୍ଗଠନର ବିରୋଧ

author img

By

Published : Aug 21, 2021, 10:39 PM IST

ଜଗତସିଂପୁର: ପାରାଦୀପ ବେଳାଭୂମିରେ ମଦ କୁଡ଼ିଆକୁ ବିରୋଧ । ଏନେଇ ପାରାଦୀପରେ ଦିନକୁ ଦିନ ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଶ୍ରୀକ୍ଷେତ୍ର ପୁରୀ ଭଳି ପାରାଦୀପ ବେଳାଭୂମିରେ ମଦ କୁଡ଼ିଆ ଯୋଜନା ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି ଜୋର ଧରିଛି । ଆଜି(ଶନିବାର) ସୁରକ୍ଷା ସମିତି ପକ୍ଷରୁ ପାରାଦୀପ ବେଳାଭୂମିରେ ସରକାରଙ୍କ ମଦ କୁଡିଆ ଯୋଜନାକୁ ବିରୋଧ କରି ପ୍ରତିବାଦ କରିବା ସହ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ପାରାଦୀପରେ ମଦ କୁଡ଼ିଆ ଯୋଜନାକୁ ବିଭିନ୍ନ ସଙ୍ଗଠନର ବିରୋଧ

ତେବେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ପାରାଦୀପ ବେଳାଭୂମିରେ ଖୋଲିବାକୁ ଯାଉଥିବା ମଦ ବିକ୍ରୟ କେନ୍ଦ୍ରକୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ସହ ଏ ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ବାଣିଜ୍ୟିକ ଐତିହ୍ୟକୁ କୌଣସି ପରିସ୍ଥିତିରେ ମଦୁଆଙ୍କ ଆଡ଼ାସ୍ଥଳୀ ହେବାକୁ ଦିଆଯିବ ନାହିଁ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ପାରାଦୀପସ୍ଥିତ ମାଉସୀମା ମନ୍ଦିର ଠାରୁ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ରାଲିରେ ନିଶାମୁକ୍ତି ଓଡ଼ିଶା ସଙ୍ଗଠନ, ଆଦର୍ଶ ପ୍ରୟାସ ସମେତ ବହୁ ସଙ୍ଗଠନ ଏକାଠି ରାଲିରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.