ଜଗତସିଂହପୁର: ଜିଲ୍ଲା ପାରାଦୀପରେ ମୋବାଇଲ ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ଜିଲ୍ଲା ପାରଦୀପ ସହରର ଅଠରବାଙ୍କୀ ଅଞ୍ଚଳରେ ।
ପୋଲିସ ସୁତ୍ରରୁ ପ୍ରକାଶ ଯେ, ନୟାଗଡ ଜିଲ୍ଲା ଅନ୍ତର୍ଗତ ଲେମ୍ବୁ ଗାଁ ପଞ୍ଚାୟତର କୁନା ପ୍ରଧାନ ନାମକ ଜଣେ ଶ୍ରମିକ ଅଠରବାଙ୍କୀ ଅଞ୍ଚଳରେ ରହୁଥିଲେ । ରବିବାର ବିଳମ୍ବିତ ରାତ୍ରିରେ ମୋବାଇଲରେ ଭିଡିଓ ଦେଖୁଥିବା ସମୟରେ ମୋବାଇଲ ଟି ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ କୁନା ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ।
ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ବିସ୍ଫୋରଣ ହୋଇଥିବା ମୋବାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ